Friday, April 3, 2026
29.7 C
Odisha

    ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି, ମୁରୁଜ ଅଙ୍କନ କରି ଜଣାଇଲେ ଶୁଭେଚ୍ଛା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ; ରାତି ପହିଲେ ଦୀପାବଳି । ହିନ୍ଦୁ ଧର୍ମରେ ଦିପାବଳୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ରୀତିନୀତି ଅନୁଯାୟୀ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ବିଘ୍ନବିନାଶକଙ୍କୁ ପୂଜା କରାଯାଏ । କାର୍ତ୍ତିକ ମାସର ଅମାବାସ୍ୟା ଦିନ ଏହାକୁ ପାଳନ କରାଯାଏ । ଏହି ଦିନ ଲୋକମାନେ ନିଜ ଘରକୁ ମାଟି ଦୀପରେ ସଜାନ୍ତି ।

    ଦୀପାବଳି ଉତ୍ସବ ଉପଲକ୍ଷେ ସମବାୟ ବିଭାଗର ମହିଳା କର୍ମଚାରୀମାନେ ତଥା ସୁମିତ୍ରା ମିଶ୍ର, ଶାଶ୍ଵତୀ ସଂଗ୍ରଚିତା ବେହେରା, ରାଜଶ୍ରୀ ରାଉତ, ସୁଶ୍ରୀ ସ୍ମିତା ମହାନ୍ତି, ସୁଶ୍ରୀ ଅର୍ପିତା ପ୍ରିୟଦର୍ଶିନୀ, ସ୍ତୁତିମୟୀ, ସୁଶ୍ରୀ ପ୍ରିୟଙ୍କା ବେହେରା ବିଭାଗର ପ୍ରାଙ୍ଗଣରେ ଭିନ୍ନ ଭିନ୍ନ ସ୍ଥାନରେ ଦୀପାବଳି ସମ୍ୱନ୍ଧୀୟ ମୁରୁଜ ଅଙ୍କନ କରି ହାର୍ଦ୍ଦିକ ଶୁଭେଚ୍ଛା ସମସ୍ତ କର୍ମଚାରୀମାନଙ୍କୁ ଆଗୁଆ ଜଣାଇଛନ୍ତି ।

    ସେହିପରି କମିଶନର ତଥା ଶାସନ ସଚିବ ମହୋଦୟଙ୍କ ଉପସ୍ଥିତିରେ ବିଭାଗୀୟ ସହକର୍ମୀମାନେ ଉତ୍ସାହର ସ‌ହ ଆଲୋକର ଏହି ପର୍ବ ସମସ୍ତଙ୍କ ଜୀବନକୁ ଆନନ୍ଦ, ସମୃଦ୍ଧି ଓ ସମନ୍ଵୟରେ ଆଲୋକିତ କରିବା ନିମନ୍ତେ କାମନା କରି ଆଗାମି ବର୍ଷ ପାଇଁ ତିନି ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ