Saturday, March 14, 2026
28.9 C
Odisha

    ସମ୍ବଲପୁର ସହରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ, ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ସମ୍ବଲପୁର ସହରବାସୀଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ।  ସହରବାସୀଙ୍କ ଜଳକଷ୍ଟ ଦୂର ପାଇଁ ଆଜି ଗସ୍ତର ଦ୍ବିତୀୟ ଦିନରେ ମୁଖ୍ୟମନ୍ତ୍ରୀ ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।  ଏଥିପାଇଁ ୪୫୧ କେଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।  ସହର ସାରା ୩୪୦ କିଲୋମିଟର ଦୀର୍ଘ ପାଣି ପାଇପ୍ ଲାଇନ୍ ବିଛାଯିବ । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ସହ ଅଞ୍ଚଳବାସୀଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏହି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଓ ପାଇପ୍ ବିଛାଇବା, ଆର୍ଥିକ ପରିଚାଳନା ଓ ଜଳଉତ୍ସର ସ୍ଥାୟିତ୍ୱ ଆଦି ୫ ପ୍ରମୁଖ ଚ୍ୟାଲେଞ୍ଚ ରହିଛି ।

     

    ସହର ସାରା ବିଛାଯିବ ୩୪୦ କିଲୋମିଟର ପାଣି ପାଇପ୍ ଲାଇନ । ଏଥିପାଇଁ ଗୋଟିଏ Intake Well ଓ ଦୁଇଟି ଆଧୁନିକ Water Treatment Plant ନିର୍ମାଣ କରାଯିବ। ସମ୍ବଲପୁର ପଟେ ୬୫ MLD ଏବଂ ବୁର୍ଲା ପଟେ ୩୫ MLD କ୍ଷମତାର ଦୁଇଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପିତ ହେବ। ପ୍ରକଳ୍ପ ମାଧ୍ୟମରେ ଦିନକୁ ୧୦୦ ମିଲିଅନ୍ ଲିଟର ପାନୀୟ ଜଳ ଉପଲବ୍ଧ ହେବ। ଏହାଦ୍ବାରା ସହରର ୪୧ଟି ୱାର୍ଡର ପ୍ରାୟ ୫ ଲକ୍ଷ ଲୋକ ଉପକୃତ ହେବେ। ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସମ୍ବଲପୁରରେ ପାନୀୟ ଜଳ ସମସ୍ୟାର ସମାଧାନ ସହିତ ସହରବାସୀ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ