Tuesday, May 6, 2025
25.7 C
Odisha

ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ

ଆଗକୁ ପଢନ୍ତୁ

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ଶୁକ୍ରବାର ବିଶ୍ୱ ତମାଖୁ ମୁକ୍ତ ଦିବସ ପାଳିତ ହୋଇଯାଇଛି । ହସ୍ପିଟାଲ୍‌ର ଇଏନ୍‌ଟି ବିଭାଗ ପକ୍ଷରୁ ଏହି ଅବସରରେ ଜନସାଧାରଣଙ୍କ ନିମନ୍ତେ ନିଶାଦ୍ରବ୍ୟ ଓ ତମାଖୁ ଠାରୁ ଦୂରେଇ ରହିବା ବିଷୟରେ ଏକ ସଚେତନତା କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶ୍ୱରେ ତମାଖୁ ସେବନ ଜନିତ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନୁଷ୍ୟ ଜାତିକୁ ଏଥିରୁ ରକ୍ଷା କରିବା ସହ ପ୍ରତିକାର ଓ ଚିକିତ୍ସା ବ୍ୟବସ୍ଥା ନେଇ ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ତମାଖୁ ସେବନର ଭୟାବହତା ସମ୍ବନ୍ଧରେ ସଚେତନତା ବାର୍ତା ପ୍ରେରଣ କରାଯାଇଥିଲା । ବିଶ୍ୱରେ ବର୍ଷକୁ ୬୦ରୁ ୮୦ ଲକ୍ଷ ଲୋକ କ୍ୟାନସର ଯୋଗୁଁ ମୃତ୍ୟୁବରଣ କରୁଥିବା ବେଳେ ଭାରତରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଲୋକ ଏହି ରୋଗର ଶିକାର ହେଉଥିବା ଉପସ୍ଥିତ ବିଶେଷଜ୍ଞମାନେ ପ୍ରକାଶ କରିଥିଲେ ।
ମାତ୍ରାଧିକ ଗୁଟଖା ସେବନ ମୁଖ ଗହ୍ୱରର ମୁଖ୍ୟ କାରଣ ସାଜିଛି । ବିଶେଷ ଭାବେ ଯୁବ ବର୍ଗ ଏବେ ତମାଖୁ କବଳରେ ଥିବାରୁ ସେମାନଙ୍କୁ ଅଧିକ ସଚେତନ ଓ ସତର୍କ କରିବାର ଆବଶ୍ୟକତା ରହିଛି । ଚଳିତ ବର୍ଷର ପ୍ରସଙ୍ଗ ‘ପ୍ରୋଟେକ୍ଟିଂ ଚିଲ୍‌ଡ୍ରେନ୍ ଫ୍ରମ ଟବାକୋ ଇଣ୍ଡଷ୍ଟ୍ରି ଇନ୍‌ଟରଫେସ୍‌’ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହି ସଚେତନତା କର୍ମଶାଳାରେ ସମ୍ ଫୁଲନଖରା କ୍ୟାମ୍ପସ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା, ଇଏନଟି ବିଭାଗୀୟ ମୁଖ୍ୟ ଡାକ୍ତର ଖଗେଶ୍ୱର ରାଉତ ଓ ଆନେସ୍‌ଥେସିଆ ବିଭାଗର ପ୍ରଫେସର (ଡାକ୍ତର) ଶୁକଦେବ ନାଏକଙ୍କ ସମେତ ମେଡିସିନ୍‌, ସର୍ଜିକାଲ ଅଙ୍କୋଲୋଜି, ଇଏନଟି ଭଳି ବିଭିନ୍ନ ବିଭାଗର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
scattered clouds
25.7 ° C
25.7 °
25.7 °
64 %
1.8kmh
49 %
Tue
39 °
Wed
40 °
Thu
40 °
Fri
42 °
Sat
42 °

ସମ୍ବନ୍ଧିତ