Monday, March 10, 2025
18.3 C
Odisha

    ସରକାରଙ୍କୁ ମମତାଙ୍କ ଆକ୍ରମଣ: କହିଲେ ସୀମାରେ ଅନୁପ୍ରବେଶ କରାଉଛି ବିଏସଏଫ୍

    ଆଗକୁ ପଢନ୍ତୁ

    କୋଲକାତା:  ପଶ୍ଚିମବଙ୍ଗ, ଝାଡଖଣ୍ଡ, ଆଉ ଆଗକୁ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଅନୁପ୍ରବେଶ ପ୍ରସଙ୍ଗକୁ ରାଜନୀତିରେ ବ୍ୟବହାର କରୁଛି । ଏନେଇ ଅନେକ ତର୍କ ବିତର୍କ, ବୟାନବାଜୀ ମଧ୍ୟ ଶୁଣିବାକୁ ମିଳୁଛି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅନୁପ୍ରବେଶକୁ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଦେଶରେ ବଢ଼ୁଥିବା ଅନୁପ୍ରବେଶକାରୀ ସଂଖ୍ୟା ପାଇଁ ସୀମା ସୁରକ୍ଷା ବଳ ଦାୟୀ । କେବଳ ସେତିକି ନୁହେଁ ପଶ୍ଚିମବଙ୍ଗରେ ଅସ୍ଥିରତା ଆଣିବାକୁ ବିଏସଏଫକୁ କେନ୍ଦ୍ର ସରକାର ମୋହରା କରିଥିବା ଭଳି ଅଭିଯୋଗ ମଧ୍ୟ ମମତା ଆଣିଛନ୍ତି । କେବଳ ମମତା ବାନାର୍ଜୀ ନୁହଁନ୍ତି ଟିଏମସି ସାଂସଦ ତଥା ମମତାଙ୍କ ପୁତୁରା ମଧ୍ୟ ବିଭିନ୍ନ ସମୟରେ ଅନୁପ୍ରବେଶକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ।

    ମମତା କହିଛନ୍ତି କି, ଅନୁପ୍ରବେଶ ରୋକିବା କାମ କେନ୍ଦ୍ର ସରକାରଙ୍କର। ହେଲେ ସୀମାରେ ଯେଉଁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ରହିଛନ୍ତି ସେମାନେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତ ଭିତରେ ପଶିବାର ସୁଯୋଗ ଦେଉଛନ୍ତି । ଅଭିଷେକ ବାନାର୍ଜୀ କହିଛନ୍ତି କି, ଦେଶରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା କାହିଁକି ବଢୁଛି ତାହା ଊଣା ଅଧିକେ ଜାଣିଛନ୍ତି । କେନ୍ଦ୍ର ସରକାର ନିର୍ବାଚନ ସମୟରେ ଏହାକୁ ପ୍ରସଙ୍ଗ କରୁଥିଲେ ବି ରାଜ୍ୟ ସରକାରମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଡରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.3 ° C
    18.3 °
    18.3 °
    74 %
    2.1kmh
    0 %
    Mon
    36 °
    Tue
    37 °
    Wed
    39 °
    Thu
    41 °
    Fri
    42 °

    ସମ୍ବନ୍ଧିତ