Friday, April 3, 2026
33.6 C
Odisha

    ସରକାରଙ୍କ ଭିନ୍ନ ପ୍ରୟାସ, ଘରେ ଘରେ ପହଞ୍ଚିବ ମହାକୁମ୍ଭ ଜଳ

    ଆଗକୁ ପଢନ୍ତୁ

    ଉତ୍ତରପ୍ରଦେଶ : ସରିଯାଇଛି ମହାକୁମ୍ଭ। ଏଣିକି ଘରେ ଘରେ ପହଞ୍ଚିବ ସଙ୍ଗମ ଜଳ। ଯେଉଁମାନେ ପବିତ୍ର ତ୍ରିବେଣୀ ପାଣିରେ ବୁଡ଼ ପକାଇପାରିନାହାନ୍ତି। ସେମାନଙ୍କ ଘରେ ନିଜେ ଏହି ପବିତ୍ର ଜଳ ପହଞ୍ଚାଇବେ ଉତ୍ତରପ୍ରଦେଶ ସରକାର। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଏବଂ ଏହାକୁ ଲୋକମାନେ ମଧ୍ୟ ବହୁ ଆଗ୍ରହର ସହ ଗ୍ରହଣ କରୁଛନ୍ତି। ତେବେ ଚଳିତ ବର୍ଷ ଏକ ସୌଭାଗ୍ୟର ବର୍ଷ ଥିଲା। କାରଣ ଏହି ବର୍ଷ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ପଡିଥିଲା। ଆଉ କୋଟି କୋଟି ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ତ୍ରିବେଣୀ ଘାଟରେ ଭିଡ଼ ଲଗାଇଥିଲେ। ଯଦିଓ ଏହି ମହାକୁମ୍ଭ ମେଳା ସରିଯାଇଛି। ହେଲେ ଏହି ମହାକୁମ୍ଭକୁ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି। ଠିକ୍ ସେହିପରି ଯେଉଁମାନେ ସଙ୍ଗମରେ ବୁଡ଼ ପକାଇପାରିନାହାନ୍ତି ସେମାନଙ୍କ ମନରେ ଗୋଟେ ଦୁଃଖ ରହିଯାଇଛି। ଆଉ ସେହି ଦୁଃଖକୁ ଦୂର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଯୋଗୀ ସରକାର।

    ଯେଉଁମାନେ ମହାକୁମ୍ଭରେ ସାମିଲ ହୋଇ ପାରି ନାହାନ୍ତି ସେମାନଙ୍କ ପାଇଁ ଯୋଗୀ ସରକାର କରିଛନ୍ତି ଘରେ ଘରେ ସଙ୍ଗମ ଜଳ ବ୍ୟବସ୍ଥା। ଆଉ ଯୋଗୀଙ୍କ ଘୋଷଣା ପରେ ଏହି କାମରେ ଲାଗି ପଡିଛି ଅଗ୍ନିଶମ ବିଭାଗ। ତେବେ ପ୍ରୟାଗରାଜର ହରଦୋଇ ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପବିତ୍ର ଜଳକୁ ପାନ କରିବାକୁ ଲୋକ ଉତ୍ସୁକତାର ସହ ଗ୍ରହଣ କରୁଥିବା ବେଳେ ଏହା ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ