Saturday, June 14, 2025
30.1 C
Odisha

    ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାୟୋମେଟ୍ରିକ ଉପସ୍ଥାନ, ରେକର୍ଡ ହେବ ଇନ-ଆଉଟ ସମୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । କର୍ମଚାରୀଙ୍କ ସମୟାନୁବର୍ତ୍ତିତା ଓ ଅଫିସରେ ଠିକ ସମୟରେ ଉପସ୍ଥାନକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଯେଉଁ ସବୁ ସରକାରୀ ଅଫିସରେ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ନାହିଁ ସେଠାରେ ତୁରନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା କରିବାକୁ କୁହାଯାଇଛି । ସବୁ ବିଭାଗ ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକ୍ଷମ ନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

    କନିଷ୍ଠ କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ପଦବୀରେ ଥିବା ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ । ଅଫିସକୁ କର୍ମଚାରୀମାନେ ବିଳମ୍ବରେ ଆସୁଥିବା ଅଭିଯୋଗ ହେଉଥିବା ବେଳେ ଏଥିରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ସବୁ ଅଫିସରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ । ଏସଂକ୍ରାନ୍ତ ଡାଟାକୁ ଏନଆଇସି ଦ୍ବାରା ବିକଶିତ ବାୟୋମେଟ୍ରିକ ଆଟେଣ୍ଡାନସ ସିଷ୍ଟମ ପୋର୍ଟାଲକୁ ଲିଙ୍କ କରିବାକୁ କୁହାଯାଇଛି । ସବୁ ସରକାରୀ କର୍ମଚାରୀ ଅଫିସରେ ପହଞ୍ଚିବା ଓ ଅଫିସ ଛାଡ଼ିବା ବେଳେ ବାୟୋମେଟ୍ରିକ ଆଟେଣ୍ଡାନ୍ସ ବ୍ୟବସ୍ଥାରେ ଉପସ୍ଥାନ ଦେବେ । ଅଫିସ ଛାଡ଼ିବା ସମୟ ରେକର୍ଡିଂ ହୋଇନଥିଲେ ଏହାକୁ ସଂପୃକ୍ତ କର୍ମଚାରୀଙ୍କ ସେହିଦିନ ଅନୁପସ୍ଥିତ ବୋଲି ଧରାଯିବ । କର୍ମଚାରୀମାନେ ଅଫିସରେ ଅନ୍ୟୁନ ସାଢ଼େ ସାତ ଘଣ୍ଟା ରହିବାକୁ ସରକାରୀ ନିର୍ଦ୍ଦେଶ ରହିଛି । ଗୋଟିଏ ମାସରେ ତିନି ଦିନ ସର୍ବାଧିକ ୩୦ ମିନଟ ବିଳମ୍ବକୁ ଛାଡ଼ କରାଯାଇପାରିବ । ତେବେ ଏହାଠାରୁ ଅଧିକ ଦିନ କିମ୍ବା ବିଳମ୍ବରେ ଉପସ୍ଥାନ ପାଇଁ କର୍ମଚାରୀଙ୍କ ସିଏଲ କଟିବ ।

    ତେବେ ରାଜ୍ୟପାଳଙ୍କ ସଚିବାଳୟ , ମୁଖ୍ୟମନ୍ତ୍ରୀଙ୍କ ଅଫିସ ଓ ମନ୍ତ୍ରୀମାନଙ୍କ ଅଫିସରେ ନିୟୋଜିତ କର୍ମଚାରୀଙ୍କୁ ଏଥିରୁ ବାଦ ଦିଆଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ୟାମେରା ଓ ସବୁ ସରକାରୀ କର୍ମଚାରୀଙ୍କ ଆଟେଣ୍ଡାନସ ତଥ୍ୟ ପାଇଁ ଆରଏଫଆଇଡି ଭିତ୍ତିକ ପରିଚୟପତ୍ର ଲାଗୁ ପାଇଁ ସରକାର ବିଚାର କରୁଛନ୍ତି । ଲୋକସେବା ଭବନ ଓ ଖାରବେଳ ଭବନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପାଇଲଟ ପ୍ରକଳ୍ପ ଭାବରେ ଏହାକୁ ଲାଗୁର ଯୋଜନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.1 ° C
    30.1 °
    30.1 °
    63 %
    0.7kmh
    100 %
    Sat
    36 °
    Sun
    39 °
    Mon
    27 °
    Tue
    34 °
    Wed
    32 °

    ସମ୍ବନ୍ଧିତ