Wednesday, April 15, 2026
41.7 C
Odisha

    ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ପ୍ରସବକାଳୀନ ଅସ୍ତ୍ରୋପଚାର କରାଯାଉଛି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ହେଉଛି ଅଧିକ ଅସ୍ତ୍ରୋପଚାର। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ପ୍ରସବକାଳୀନ ଅସ୍ତ୍ରୋପଚାର କରାଯାଉଛି। ଏନେଇ ଆଜି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏଭଳି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରେ ମୋଟ୍ ୧ ଲକ୍ଷ ୨୯ ହଜାର ୮୮ଟି ଡେଲିଭରି ହୋଇଥିଲା। ଏଥିମଧ୍ୟରୁ କେବଳ ଘରୋଇ ହସ୍ପିଟାଲରେ ୯୯ ହଜାର ୯୯୮ ପ୍ରସବକାଳୀନ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୭୭.୪୭% ଅସ୍ତ୍ରୋପଚାର ହୋଇଛି ଘରୋଇ ହସ୍ପିଟାଲରେ। ଠିକ୍ ସେହିପରି ୨୦୨୩-୨୪ରେ ୧ ଲକ୍ଷ ୪୦,୧୨୬ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୧୩ ହଜାର ୫୯୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୮୧.୦୬% ଅସ୍ତ୍ରୋପଚାର ହୋଇଛି ଘରୋଇ ହସ୍ପିଟାଲରେ।ଏଣେ ୨୦୨୨-୨୩ରେ ସରକାରୀ ହସ୍ପିଟାଲରେ ୬ ଲକ୍ଷ ୭୪୦ ଡେଲିଭରିରୁ ୧ ଲକ୍ଷ ୮୩ ହଜାର ୪୪୩ ଅସ୍ତ୍ରୋପଚାର ଡେଲିଭରି ହୋଇଛି। ଅର୍ଥାତ୍ ୩୦.୫୩% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ। ଠିକ୍ ସେହିପରି ୨୦୨୩-୨୪ରେ କେବଳ ସରକାରୀ ହସ୍ପିଟାଲରେ ୫ ଲକ୍ଷ ୯୧,୧୮୫ ପ୍ରସବକାଳୀନ ଡେଲିଭରି ହୋଇଥିବା ବେଳେ ସେଥିମଧ୍ୟରୁ ୧ ଲକ୍ଷ ୯୫ ହଜାର ୫୭୮ ଅସ୍ତ୍ରୋପଚାର ହୋଇଛି। ଅର୍ଥାତ୍ ୩୩.୦୮% ଅସ୍ତ୍ରୋପଚାର ହୋଇଛି ସରକାରୀ ହସ୍ପିଟାଲରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.7 ° C
    41.7 °
    41.7 °
    11 %
    3.2kmh
    2 %
    Wed
    41 °
    Thu
    44 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ