Friday, April 3, 2026
39 C
Odisha

    ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ, ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ ୩’

    ଆଗକୁ ପଢନ୍ତୁ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଆଗଲା ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନ। ‘ଗ୍ରାଣ୍ଡ କ୍ରସ୍ ଅଫ୍ ଦି ଅର୍ଡର ଅଫ୍ ମାକାରିଓସ୍ ୩’ରେ ସମ୍ମାନିତ ହେଲେ ପିଏମ୍ ମୋଦି । ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡ୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହି ପୁରସ୍କାର ସାଇପ୍ରସର ପ୍ରଥମ ରାଷ୍ଟ୍ରପତି ଆର୍ଚବିଶପ୍ ମାକାରିଓସ୍ ୩ଙ୍କ ନାମରେ ନାମିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି ।

    ସମ୍ମାନିତ ହେବା ପରେ ମୋଦି କହିଛନ୍ତି ଯେ, ଏହା ଭାରତ-ସାଇପ୍ରସର ବିଶ୍ୱସ୍ତ ବନ୍ଧୁତା ପାଇଁ ଏକ ସମ୍ମାନ । ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥା ହେବା ଦିଗରେ ଗତି କରୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୧୪ରୁ ଏପର୍ଯ୍ୟନ୍ତ ୨୩ ଦେଶରେ ସର୍ବୋଚ୍ଚ ଅନ୍ତର୍ଜାତୀୟ ସମ୍ମାନ ମିଳିସାରିଛି । ଏହି ସମ୍ମାନ ତାଙ୍କର କୁଶଳ ନେତୃତ୍ୱ ବିଶ୍ୱ କୂଟନୀତି ଏବଂ ଅନ୍ତର୍ଜାତୀୟ ସହଯୋଗରେ ଯୋଗଦାନକୁ ଦର୍ଶାଇଥାଏ । ଏହି ସମ୍ମାନ ଭାରତର ବିଶ୍ୱ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଭାବଶାଳୀ ବୈଦେଶିକ ନୀତିର ପ୍ରମାଣ ମଧ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି ରାଷ୍ଟ୍ର ଗସ୍ତର ପ୍ରଥମ ପର୍ଯ୍ୟାୟରେ ସାଇପ୍ରସରେ ଅଛନ୍ତି । ସେ ସାଇପ୍ରସରୁ କାନାଡା ଯିବେ ଏବଂ G7 ଶିଖର ସମ୍ମିଳନୀରେ ଯୋଗଦେବେ । ଏହା ପରେ ସେ କ୍ରୋଏସିଆ ଗସ୍ତ କରିବେ । କାନାଡା ପରେ ପ୍ରଧାନମନ୍ତ୍ରୀ ଜୁନ ୧୮ ରେ କ୍ରୋଏସିଆ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ଭାବେ କ୍ରୋଏସିଆ ଗସ୍ତରେ ଯାଉଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦି ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ