Friday, April 3, 2026
39 C
Odisha

    ସାପ ଅଟକାଇଲା ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚ୍

    ଆଗକୁ ପଢନ୍ତୁ

    କଲମ୍ବୋ : ବାଂଲାଦେଶ ଓ ଶ୍ରୀଲଙ୍କା କ୍ରିକେଟ ଦଳର ସଦସ୍ୟମାନଙ୍କ ମଧ୍ୟରେ ଥିବା ତିକ୍ତ-ମଧୁର ସଂପର୍କ କଥା ଆପଣ ଜାଣିଥିବେ। ବିଶେଷ କରି ନାଗୀନ୍ ନୃତ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ଏପରି ଏକ ସ୍ବତନ୍ତ୍ର ସଂପର୍କ ଗତ କିଛି ବର୍ଷ ହେଲା ରହିଆସିଛି। ୨୦୧୮ରେ ନିଧାସ୍ ଟ୍ରଫି ଅବସରରେ ଶ୍ରୀଲଙ୍କା ଖେଳାଳିଙ୍କୁ ଆକ୍ଷେପ କରି ବାଂଲା ଖେଳାଳିମାନେ ଯେଉଁ ନାଗୀନ ନୃତ୍ୟ କରିଥିଲେ ତାହା ଏବେ ବି ଶ୍ରୀଲଙ୍କା ଖେଳାଳିଙ୍କ ମନରୁ ଲିଭିନାହିଁ ।
    କିନ୍ତୁ ଏଥର ଉଭୟ ଦଳର ମଧ୍ୟରେ ଥିବା ଏହି ତିକ୍ତ-ମଧୂର କ୍ରିକେଟ୍ ସଂପର୍କ ମଧ୍ୟରେ ସତସତିକା ନାଗ ର ପ୍ରବେଶ ଘଟିଛି । ଗୁରୁବାରଦିନ ( ୩ ଜୁଲାଇ)ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଅନୁଷ୍ଠିତ ଏକ ଦିନିକିଆ ମ୍ୟାଚ ବେଳେ ଏକ ସାପ ପଡ଼ିଆ ଭିତରେ ବୁଲୁଥିବା ଦେଖାଯାଇଥିଲା । ପୁଣି ସାପଟି ଏକ ଛୋଟ ସାପ ନଥିଲା, ବରଂ ସାତ ଫୁଟ ଲମ୍ବା ଏକ ସାପ ଥିଲା । ସେତେବେଳେ ବାଂଲାଦେଶ ଟିମ ଶ୍ରୀଲଙ୍କା ଦ୍ବାରା ଦିଆଯାଇଥିବା ଲକ୍ଷ୍ୟର ପିଛା କରୁଥିଲା । ସାପକୁ ଦେଖି ଖେଳାଳିମାନେ ଭୟଭୀତ ହୋଇଯାଇଥିଲେ ଓ ଏନେଇ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଖବର ଦେଇଥିଲେ । ଏଥିପାଇଁ ମ୍ୟାଚ କିଛି ସମୟ ପାଇଁ ଅଟକି ରହିଥିଲା । ଗ୍ରାଉଣ୍ଡ ଷ୍ଟାଫ୍ ଆସି ସାପକୁ ବାହାର କରିବା ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ଶ୍ରୀଲଙ୍କା ୭୭ ରନରେ ବିଜୟୀ ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ