Wednesday, March 18, 2026
34.7 C
Odisha

    ସାମ୍ପୁ କରିବା ପୂର୍ବରୁ କେଶରେ ତେଲ ଲଗାଇବା, କେତେ ଜରୁରୀ ?

    ଆଗକୁ ପଢନ୍ତୁ

     

     

    ଆଜିକାଲି ଆମେ ଯେଉଁଭଳି ଭାବରେ ତ୍ଵଚା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଗୁଡିକର ସମ୍ମୁଖୀନ ହେଉଛନ୍ତି, ଏହିପରି ସମସ୍ୟା ସବୁ ଆଗରୁ ଏତେ ଗମ୍ଭୀର ନଥିଲା । ଅଗକାଳର ଖାଦ୍ୟ, ପାନୀୟ ଏବଂ ପରିବେଶ ଏବକାର ସମୟ ଭଳି ଏତେ ଖରାପ ନଥିଲା । ଏହାସହ ଲୋକମାନଙ୍କର ଅଭ୍ୟାସ ଏବଂ ଜୀବନଚର୍ଯା ମଧ୍ୟ ଧୀରେ ଧୀରେ ବଦଳି ଗଲାଣି । ତେଣୁ ଆମେ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଜି ଆମେ କଥା ହେବା କେଶ ର ସ୍ୱାସ୍ଥ୍ୟକୁ ଉତ୍ତମ ରଖିବା ନିମନ୍ତେ ଆମ ଜେଜେମାଙ୍କ ସମୟରେ ସେମାନେ ରଖିଥିବା ଏକ ଅଭ୍ୟାସ ଯାହା ଆମେ ଏବେର ସମୟରେ ଅଣଦେଖା କରିବାରେ ଲାଗିଚୁ । ଏଥିପାଇଁ କେଶ ଝଡିବା, ଶୁଷ୍କ କେଶ ଓ ରୁପି ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସେହି ଅଭ୍ୟାସଟି ହେଉଛି, ସାମ୍ପୁ କରିବା ପୂର୍ବରୁ କେଶରେ ଅଏଲିଙ୍ଗ କରିବା ବା ତେଲ ଲଗାଇବା । ସମୟ ସହିତ ତାଳ ଦେଇ ଆଜି ଯାଏଁ ନିଜର ପରିଚୟ ବଜାୟ ରଖିଥିବା ଅଭ୍ୟାଶ ମାନଙ୍କ ମଧ୍ୟରୁ ଏହା ଗୋଟିଏ । ବିଶେଷ କରି ଭାରତୀୟ ପରିବାର ଗୁଡିକରେ ଏହି ପରମ୍ପରାକୁ ଆଜି ଯାଏଁ ପାଳନ କର ଯାଉଅଛି । ସାମ୍ପୁ କରିବା ପୂର୍ବରୁ କେଶରେ ତେଲ ଲଗାଇବାର ଅଭ୍ୟାସ କେବଳ ଏକ ପରମ୍ପରା ନୁହେଁ ବରଂ ଏହା ବିଜ୍ଞାନ ସମ୍ମତ ମଧ୍ୟ ଅଟେ । ଆଜି ଆସନ୍ତୁ ଜାଣିବା ଏହାର ଫାଇଦା ଗୁଡିକ ବିଷୟରେ ।

    1. କେଶ ଓ କେଶମୂଳକୁ ପୋଷଣ ଦେଇଥାଏ : ସାମ୍ପୁ କରିବା ପୂର୍ବରୁ କେଶରେ ତେଲ ଲଗାଇଲେ ଉଭୟ ସ୍କାଲ୍ପ ଓ କେଶକୁ ଗଭୀର ପୋଷଣ ମିଳିଥାଏ । ପ୍ରାକୃତିକ ତେଲ ଯଥା ନଡ଼ିଆ ତେଲ, ବାଦାମ ତେଲ ଏବଂ ଅଲିଭ୍ ଅଏଲରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଥାଏ। ଏହି ପୋଷକ ତତ୍ତ୍ୱ କେଶ ଶାଫ୍ଟ ଏବଂ ସ୍କାଲ୍ପ ରେ ପ୍ରବେଶ କରି ଆର୍ଦ୍ରତା ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ ଯାହା କେଶକୁ ଭିତରୁ ମଜବୁତ କରିଥାଏ ।
    2. କେଶର ପ୍ରୋଟୀନ ହ୍ରାସ ହେବାକୁ ଦିଏ ନାହିଁ : କେଶ ମୁଖ୍ୟତଃ କେରାଟିନ୍ ନାମକ ଏକ ପ୍ରୋଟିନ୍ ଦ୍ୱାରା ଗଠିତ । ନିୟମିତ ସାମ୍ପୁ କରିବା, ପରିବେଶ ପ୍ରଦୂଷଣର ସଂସ୍ପର୍ଶରେ ଆସିବା ଏବଂ ବାରମ୍ବାର ହିଟ ପ୍ରୟୋଗ କରିବା ଦ୍ୱାରା କେଶରୁ ପ୍ରୋଟିନ୍ ନଷ୍ଟ ହୋଇଥାଏ । ଗବେଷଣାରୁ ଜଣାପଡିଛି ଯେ ସାମ୍ପୁ କରିବା ପୂର୍ବରୁ ତେଲ, ବିଶେଷ କରି ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହା କେଶର ଶାଫ୍ଟ ଚାରିପାଖରେ ଏକ ସୁରକ୍ଷାସ୍ତର ସୃଷ୍ଟି କରି ପ୍ରୋଟିନ କ୍ଷୟ କୁ କମ୍ କରିଥାଏ ।
    3. ଶୁଷ୍କତା ତଥା ରୁକ୍ଷତାକୁ କମ କରିଥାଏ : ମାର୍କେଟ ରେ ଉପଲବ୍ଧ ଥିବା ଅନେକ ପ୍ରକାର ସାମ୍ପୁ ରେ ବିଭିନ୍ନ କଠୋର ରାସାୟନିକ ଦ୍ରବ୍ୟ ମିଶି ରହିଥାଏ । ଏହି ରସାୟନ ଗୁଡିକ ସ୍କାଲ୍ପର ପ୍ରାକୃତିକ ତୈଳକୁ ନଷ୍ଟ କରିଦେଇ ଏହାର ତୈଳ ଉତ୍ପାଦନ କ୍ଷମତାକୁ ମଧ୍ୟ ହ୍ରାସ କରିଦିଏ । ଏପରି କ୍ଷେତ୍ରରେ ସାମ୍ପୁ ପୂର୍ବରୁ ତେଲ ଲଗାଇବା ଦ୍ବାର ଏହା ସ୍କାଲ୍ପ ତଥା କେଶ ଉପରେ ଏକ ପ୍ରୋଟେକଟିଭ ଲେଆର ସୃଷ୍ଟି କରି ଏହାର ପ୍ରାକୃତିକ ତୈଳକୁ ନଷ୍ଟ ହେବାକୁ ଦିଏ ନାହିଁ । ଯାହାଫଳରେ କେଶ ଶୁଷ୍କ କିମ୍ବା ରୁକ୍ଷ ହୋଇ ନଥାଏ ।
    4. ରକ୍ତ ସଞ୍ଚଳନକୁ ଉନ୍ନତ କରିଥାଏ : ମୁଣ୍ଡରେ ତେଲ ମାଲିସ୍ କରିବା ଦ୍ୱାରା ସ୍କାଲ୍ପ ନିକଟକୁ ରକ୍ତ ପ୍ରବାହ ବଢିଯାଏ । ହେୟାର ଫଲିକଲ୍ସ୍ ନିକଟକୁ ରକ୍ତ ପ୍ରବାହ ହେବା ଫଳରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ଯୋଗାଣ ମଧ୍ୟ ବଢିଥାଏ ଯାହା ସୁସ୍ଥ କେଶ ବୃଦ୍ଧିକୁ ପ୍ରୋତ୍ସାହିତ କରି କେଶ ଝଡ଼ିବା ହ୍ରାସ କରିଥାଏ ।

    ଏହିସବୁ ଉତ୍ତମ ଫଳାଫଳ କାରଣରୁ କେଶରେ ସାମ୍ପୁ କରିବା ପୂର୍ବରୁ ତେଲ ଲଗାଇବା ନିହାତି ଭାବରେ ଏକ ଉତ୍ତମ ଅଭ୍ୟାସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.7 ° C
    34.7 °
    34.7 °
    25 %
    2.8kmh
    100 %
    Wed
    34 °
    Thu
    34 °
    Fri
    35 °
    Sat
    34 °
    Sun
    35 °

    ସମ୍ବନ୍ଧିତ