ମୟୁରଭଞ୍ଜ : ସାରା ରାଜ୍ୟରେ ଶୀତ ଲହରୀ । ଜନଜୀବନ ଅସ୍ତବ୍ୟସ୍ତ । ୨ ଡିଗ୍ରି ସେଲସିୟସ ତାପମାତ୍ରାରେ ଥରିଲା ମୟୂରଭଞ୍ଜ । ଜିଲ୍ଲାରେ କୁହୁଡ଼ି ସାଙ୍ଗକୁ ହାଡ଼ଭଙ୍ଗା ଶୀତ । ମୟୂରଭଞ୍ଜ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ୨ ଡିଗ୍ରି ସେଲସିୟସକୁ ଖସିଛି ପାରଦ । ବିଶେଷ କରି ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଜାତୀୟ ଉଦ୍ୟାନର ଉପର ବାରାକାମୁଡାରେ ୨ ଡିଗ୍ରି,ଚହଲାରେ ୪ ଡିଗ୍ରି, ଗୁଡ଼ିଗୁଡ଼ିଆ ୬ ଡିଗ୍ରି, ବରେଇପାଣି ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ହାଡ଼ଭଙ୍ଗା ଶୀତ ଯୋଗୁଁ ଲୋକମାନେ ଘରୁ ବାହାରିବା କଷ୍ଟକର ହେଇ ପଡିଛି । ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଘଣ୍ଟା ଘଣ୍ଟା ଧରି ବସି ରହୁଛନ୍ତି ।
ସେହିପରି, ତଳମୁହାଁ ପାରଦ। ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଜାଡର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଲଗାତାର ଭାବେ ପାରଦ ହ୍ରାସ ପାଇଚାଲିଛି । ଜାଡ ଶୀତରେ ଥରୁଛି କନ୍ଧମାଳ । ଶୀତ ସାଙ୍ଗକୁ ଘନ କୁହୁଡ଼ି କବଳରେ ସମଗ୍ର ଜିଲ୍ଲା । ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଲୋକମାନ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜଳାଇ ପୁଇଁ ହେଉଛନ୍ତି।

