Wednesday, March 25, 2026
37 C
Odisha

    ସୀତା କାହିଁକି ୧୪ବର୍ଷ ପର୍ଯ୍ୟନ୍ତ ଗୋଟିଏ ଶାଢ଼ୀ ପିନ୍ଧିଥିଲେ , କଣ ଥିଲା ଏହି ଦିବ୍ୟ ଶାଢ଼ୀର ମହତ୍ୱ

    ଆଗକୁ ପଢନ୍ତୁ

    ବାଲ୍ମୀକି ରାମାୟଣ ଅନୁସାରେ ପ୍ରଭୁ ଶ୍ରୀରାମ ୧୪ ବର୍ଷ ପର୍ଯ୍ୟନ୍ତ ବନବାସ ଯାଇଥିଲେ, ଏହି ସମୟରେ ଅର୍ଦ୍ଧାଙ୍ଗିନୀ ଭାବରେ ମାତାସୀତା ପ୍ରଭୁ ଶ୍ରୀରାମଙ୍କ ସହିତ ଯାଇଥିଲେ ଏବଂ ଏଥି ସହିତ ଲକ୍ଷ୍ମଣ ମଧ୍ୟ ମାତାସୀତା ଓ ପ୍ରଭୁ ଶ୍ରୀରାମଙ୍କ ସହିତ ବନବାସ ଯିବା ପାଇଁ ସ୍ଥିର କରିଥିଲେ l ତେଣୁ ସମସ୍ତେ ରାଜପାଟକୁ ତ୍ୟାଗ କରି ତପସ୍ୱୀଙ୍କ ବେଶରେ ବନ ଗମନ କରିଥିଲେ l ଏହାପରେ ଯାଇ ସେମାନେ ଚିତ୍ରକୂଟ ପର୍ବତରେ ରାମବନ ପହଂଚିଥିଲେ ଏବଂ ଏହି ଚିତ୍ରକୂଟ ପର୍ବତରେ ଭରତ ନିଜ ସେନାଙ୍କୁ ଧରି ବଡ଼ ଭାଇ ଶ୍ରୀରାମଙ୍କୁ ଫେରାଇ ନେବା ପାଇଁ ଅନୁରୋଧ କରିବା ପାଇଁ ପହଂଚିଥିଲେ lଚିତ୍ରକୂଟ ପର୍ବତରୁ ଭରତ ପ୍ରଭୁ ଶ୍ରୀରାମଙ୍କ ପାଦୁକା ନେଇ ରାଜ କାର୍ଯ୍ୟ ପାଳନ କରିଥିଲେ lଏହି ଚିତ୍ରକୂଟ ପର୍ବତ ନିକଟରେ ଅତ୍ରି ରୁଷିଙ୍କ ଆଶ୍ରମ ରହିଥିଲା l ଏହି ଆଶ୍ରମରେ ଅତ୍ରି ମୁନୀ ଏବଂ ତାଙ୍କ ପତ୍ନୀ ଅନଶୁୟା ବାସ କରୁଥିଲେ l ଅତ୍ରି ମୁନୀଙ୍କର ଆଶ୍ରମର କିଛି ଦୂରରେ ପ୍ରଭୁ ରାମଚନ୍ଦ୍ର ମାସୀତା ଓ ସାନଭାଇ ଲକ୍ଷ୍ମଣଙ୍କ ସହିତ ଆଶ୍ରମ କରି ରହିଥିଲେ l ଏହି ଆଶ୍ରମରେ ରୁଷି, ମାତାଅନୁଶୁୟା ମାସୀତାଙ୍କୁ ପ୍ରତିଦିନ କିଛିକିଛି ଧର୍ମ ଜ୍ଞାନ ଦେଉଥିଲେ l ସତୀ ଅନୁସୟାଙ୍କୁ ସତୀତ୍ଵର ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ l ସତୀ ଅନୁଶୁୟା ଭଗବାନ ଦତ୍ତାତ୍ରୟ , ଚନ୍ଦ୍ର ଦେବ, ଏବଂ ଦୁର୍ବାସା ମୁନୀଙ୍କ ମାତା ଥିଲେ l ମାତା ଅନୁଶୁୟା ଶ୍ରୀରାମ, ଲକ୍ଷ୍ମଣ, ଏବଂ ମାତା ସୀତା ଙ୍କର ଅତିଥି ସତ୍କାର କରିଥିଲେ l ମାତାସୀତାଙ୍କୁ ସ୍ୱାମୀ ଧର୍ମର ପାଳନ କରିବାକୁ ଶିକ୍ଷା ଦେଇଥିଲେ l ଏହାପରେ ମାତା ଅନୁଶୁୟା ସୀତାଙ୍କୁ ଗୋଟିଏ ଦିବ୍ୟ ଶାଢ଼ୀ ପ୍ରଦାନ କରିଥିଲେ, ମାନ୍ୟତା ଅନୁସାରେ ମାତା ଅନୁଶୁୟାଙ୍କୁ ଏହି ଦିବ୍ୟ ଶାଢ଼ୀ ଅଗ୍ନି ଦେବ ପ୍ରଦାନ କରିଥିଲେ ତାଙ୍କର ତପୋବଳରେ ପ୍ରସନ୍ନ ହୋଇ , ଯାହାକି ଗୋଟିଏ ଅମ୍ଲାନ ବସ୍ତ୍ର ଥିଲା l ଏହି ଶାଢ଼ୀଟି କଦାପି ଚିରିବ ନାହିଁ, କିମ୍ବା ମଳିନ ହେବ ନାହିଁ ଏବଂ ଏହି ଶାଢ଼ୀ ରେ ଅଗ୍ନି ଦେବଙ୍କ ତେଜ ବିଦ୍ୟମାନ ଥିଲା l ମାତା ଅନୁଶୁୟାଙ୍କ ଦ୍ୱାରା ଦିଆଯାଇଥିବା ଶାଢ଼ୀ ଉପହାର ଭାବରେ ମାସୀତା ବନବାସ ସମୟରେ ପରିଧାନ କରିଥିଲେ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ