Wednesday, April 1, 2026
30.8 C
Odisha

    ସୁନ୍ଦର ଓ ନିରୋଗ ପାଇଁ ପ୍ରତିଦିନ ସୂର୍ଯ୍ୟ ନମସ୍କାର

    ଆଗକୁ ପଢନ୍ତୁ

    ସୁନ୍ଦର ଓ ନିରୋଗ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ସୂର୍ଯ୍ୟ ନମସ୍କାର ଅଭ୍ୟାସ ଏକ ଉପକାରୀ ଯୋଗାସନ। ନିୟମିତ ସୂର୍ଯ୍ୟ ନମସ୍କାର ଦ୍ବାରା କେବଳ ଶରୀର ସୁସ୍ଥ ରହେ ନାହିଁ ବର˚ ମାନସିକ ସ୍ବାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପଡ଼ିଥାଏ। ଆଧୢାତ୍ମିକ ମନୋଭାବ ବଢେ଼। ଏହା ଦ୍ୱାରା ଶରୀରର ସବୁ ଅଙ୍ଗରେ ରକ୍ତ ସ˚ଚାଳନ ସକ୍ରିୟ ହୁଏ ଏବ˚ ମା˚ସପେଶୀ ମଜଭୁତ ହୁଏ। ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ, ପ୍ରତିଦିନ ସୂର୍ଯ୍ୟ ନମସ୍କାର ଅଭ୍ୟାସ କରନ୍ତୁ, ସୁଫଳ ମିଳିବ। ଏହା ଦ୍ୱାରା ଚର୍ବିର ମାତ୍ରା କମିଯିବା ସହିତ ଶାରୀରିକ ସୌନ୍ଦର୍ଯ୍ୟ ବଢ଼ିଥାଏ। ମନକୁ ଶାନ୍ତ ଓ ଏକାଗ୍ର ରଖିବାରେ ମଧ୍ୟ ସୂର୍ଯ୍ୟ ନମସ୍କାର ସହାୟକ ହୋଇଥାଏ। ଅବସାଦ, କ୍ରୋଧ, ଚିଡ଼ିଚିଡ଼ାପଣ, ଭୟ ଆଦି ଦୂର ପାଇଁ ଏହା ଉପକାରୀ। କୋଷ୍ଠକାଠିନ୍ୟ, ପିଠି, ଆଣ୍ଠୁ ଯନ୍ତ୍ରଣାରୁ ମଧ୍ୟ ଏହା ଉପଶମ ଦେଇଥାଏ। ଥାଇରଏଡ୍‌ ରୋଗୀଙ୍କ ପାଇଁ ସୂର୍ଯ୍ୟ ନମସ୍କାର ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ଏହା ସହାୟକ ହୁଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    34 %
    3.3kmh
    2 %
    Wed
    33 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ