Tuesday, April 14, 2026
28.8 C
Odisha

    ସୁପ୍ରିମ୍‌କୋର୍ଟଙ୍କୁ ବି ଛାଡ଼ୁନାହାନ୍ତି ସାଇବର ଠକ: ୧୫ଟି ଫିସିଂ ସାଇଟ୍ ତାଲିକା ଜାରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଦେଶରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ସୀମା ଟପିଛି ଏବଂ ସେମାନେ ସୁପ୍ରିମ୍‌କୋର୍ଟଙ୍କୁ  ମଧ୍ୟ ଛାଡ଼ୁନାହାନ୍ତି। ସୁପ୍ରିମ୍‌କୋର୍ଟ ଉପରେ ମଧ୍ୟ ସାଇବର୍‌ ଅପରାଧୀମାନେ ଯୋଜନାବଦ୍ଧ ଆକ୍ରମଣ କରିଛନ୍ତି ବୋଲି  ସାର୍ବଜନୀନ ବିଜ୍ଞପ୍ତି ଜାରି କରି କୁହାଯାଇଛି । ଏହା ସହ ନକଲି ୱେବ୍‌ସାଇଟ  ନେଇ ଲୋକଙ୍କୁ ସତର୍କ କରାଇବା ନିମନ୍ତେ  ସୁପ୍ରିମକୋର୍ଟ ରେଜିଷ୍ଟ୍ରି ପକ୍ଷରୁ କେତେକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟର ଅଫିସିଆଲ ୱେବ୍‌ସାଇଟକୁ ନକଲ କରି ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ପ୍ରୟାସ କରୁଛନ୍ତି ବୋଲି  ଏକ ନୋଟିସରେ କୁହାଯାଇଛି। ରେଜିଷ୍ଟ୍ରିରେ ଏଭଳି ୧୫ଟି ୱେବସାଇଟ୍ ତାଲିକାଭୁକ୍ତ କରାଯାଇଛି, ଯେଉଁମାନେ ସୁପ୍ରିମ୍‌କୋର୍ଟ ୱେବ୍‌ସାଇଟ୍ ଭଳି ୟୁଆରଏଲ୍ ତିଆରି କରି ଲୋକଙ୍କୁ ଠକୁଛନ୍ତି ଏବଂ ସର୍ବୋଚ୍ଚ ନ୍ୟାୟାଳୟର ୱେବ୍‌ସାଇଟ୍‌ରୁ ବିଚାରପତିଙ୍କ ବ୍ୟକ୍ତିଗତ ଏବଂ ଗୋପନୀୟ ସୂଚନା ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି।ନକଲି ୱେବ୍‌ସାଇଟଠାରୁ ଦୂରେଇ ରହିବାକୁ ସୁପ୍ରିମକୋର୍ଟ ଜନତାଙ୍କୁ ପରାମର୍ଶ ଦେଇଛନ୍ତି।  ସରକାରୀ ୱେବସାଇଟ୍ ଭଳି ଦେଖାଯାଉଥିବା ଫିସିଂ ୱେବସାଇଟ୍ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି କରି ସାଇବର ଠକେଇ କରିପାରେ ବୋଲି ରେଜିଷ୍ଟ୍ରି ପକ୍ଷରୁ ଜାରି ନୋଟିସ୍‌ରେ କୁହାଯାଇଛି।  ଏଭଳି ନକଲି ୱେବସାଇଟ ଉପରେ କ୍ଲିକ୍ ନ କରିବାକୁ  ପରାମର୍ଶ ଦିଆଯାଇଛି। ସୁପ୍ରିମ୍‌କୋର୍ଟ ତାଙ୍କ ପରାମର୍ଶାବଳିରେ କହିଛନ୍ତି ଯେ ‘ସର୍ବୋଚ୍ଚ ନ୍ୟାୟାଳୟ କେବେ ବି କୌଣସି ଉପଭୋକ୍ତାଙ୍କ ଠାରୁ ବ୍ୟକ୍ତିଗତ ସୂଚନା, ଆର୍ଥିକ ସୂଚନା ଇତ୍ୟାଦି ପଚାରନ୍ତି ନାହିଁ। ଏଭଳି ପରିସ୍ଥିତିରେ ଯଦି କୌଣସି ୱେବସାଇଟ୍ ଏଭଳି ତଥ୍ୟ ମାଗିବ, ତେବେ ସତର୍କ ରହିବାକୁ ହେବ।’ ସୂଚନାଯୋଗ୍ୟ, ସୁପ୍ରିମ୍‌କୋର୍ଟ ଅଫିସିଆଲ ୱେବସାଇଟ ନାମରେ ସାଇବର ଅପରାଧୀମାନେ ନକଲି ୱେବସାଇଟ୍ ତିଆରି କରିଛନ୍ତି। ଗତବର୍ଷ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସୁପ୍ରିମ୍‌କୋର୍ଟ ନାଁରେ ଚାଲୁଥିବା ନକଲି ୱେବସାଇଟ୍‌ରୁ ଦୂରେଇ ରହିବାକୁ ଲୋକଙ୍କୁ କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ