Monday, September 28, 2026
29.4 C
Odisha

    ସୁରକ୍ଷା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌: ପାଣିଚିରିଙ୍କ କଳରବରେ ଫାଟିପଡ଼ୁଛି ବାରୁଣୀ ଘାଟ

    ଆଗକୁ ପଢନ୍ତୁ

    ବିରଳ ଇଣ୍ଡିଆନ୍‌ ସିମର୍‌(ପାଣିଚିରି) ପକ୍ଷୀଙ୍କ କଳରବରେ ମୁଖରିତ ହେଉଛି ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ ବ୍ରହ୍ମପୁରା ମହାନଦୀର ବାରୁଣୀ ଘାଟ। ଏବେ ଏହି ଘାଟରେ ୧୬୫ ପାଣିଚିରିଙ୍କୁ ଦେଖିବାକୁ ମିଳିଛି। ସେହିପରି ମହାନଦୀର ବାଙ୍କୀରେ ମଧ୍ୟ ଏହି ପକ୍ଷୀଙ୍କୁ ଦେଖିବାକୁ ମିଳିଛି। କେବଳ ମହାନଦୀର କୂଳରେ ହିଁ ଏହି ବିରଳ ପକ୍ଷୀଙ୍କ ସନ୍ଧାନ ମିଳିଥିବା ବେଳେ କଟକରେ ୨୦୧୯ରୁ ଏହି ପକ୍ଷୀଙ୍କ ଆମଗନ ସହ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବନବିଭାଗ, ସ୍ଥାନୀୟ ସଚେତନ ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲାର ଆଠଗଡ଼ ଓ ବାଙ୍କୀରେ ମହାନଦୀ କୂଳରେ ଦେଖିବାକୁ ମିଳିଛି ବିରଳ ପାଣିଚିରି ପକ୍ଷୀ। ଚଳିତବର୍ଷ ୨୪୦ ପକ୍ଷୀ ଆସିଥିବା ବନବିଭାଗର ପକ୍ଷୀ ଗଣନା ରିପୋର୍ଟରୁ ଜଣାପଡିଛି। ଖୁଣ୍ଟୁଣୀ ରେଞ୍ଜ ବ୍ରହ୍ମପୁରା ମହାନଦୀର ବାରୁଣୀ ଘାଟରେ ପକ୍ଷୀଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ ସ୍ଥାନୀୟ ଯୁବଗୋଷ୍ଠୀ ଓ ମତ୍ସଜୀବୀଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ୨୦୧୯ରୁ କଖଡ଼ି ନିକଟରେ ମହାନଦୀ କୂଳରେ ଏହି ପକ୍ଷୀଙ୍କୁ ଠାବ କରାଯାଇଥିଲା। ସେମାନେ ସମୂହ ଅଣ୍ଡାଦାନ କରିଥିବା ଜଣାପଡିବା ପରେ ତତ୍‌କାଳୀନ ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କାଙ୍କ ପ୍ରଚେଷ୍ଟାରେ ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସେବେଠାରୁ ନିୟମିତ ଭାବେ ଜାନୁଆରି ପ୍ରଥମ ସପ୍ତାହ ବେଳକୁ ଏହି ପକ୍ଷୀମାନେ ଆସିବା ଆରମ୍ଭ କରନ୍ତି। ଦିନକୁ ଦିନ ପକ୍ଷୀଙ୍କ ସଂଖ୍ୟା ବଢୁଥିବା ସହ ମହାନଦୀର ବିଭିନ୍ନ ଘାଟରେ ଦେଖିବାକୁ ମିଳୁଛନ୍ତି। କିନ୍ତୁ ଖୁଣ୍ଟୁଣୀ ରେଞ୍ଜରେ ଏମାନଙ୍କ ସଂଖ୍ୟା ଅଧିକ ରହିଛି। ସାରା ବିଶ୍ବରେ ମାତ୍ର ୪ହଜାର ଏହି ପ୍ରଜାତିର ପକ୍ଷୀ ରହିଥିବା ବେଳେ ଓଡ଼ିଶାରେ କେବଳ ମହାନଦୀ କୂଳରେ ହିଁ ଏମାନଙ୍କୁ ଦେଖିବାକୁ ମିଳୁଛି। ଆଠଗଡ଼ ବନଖଣ୍ଡର ମହାନଦୀ କୂଳ ସେମାନଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ପାଲଟିଛି। ଭାରତର ଜମ୍ମୁକଶ୍ମୀର, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟର ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ପକ୍ଷୀ ଦେଖିବାକୁ ମିଳିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ