ଶରୀରକୁ ସୁସ୍ଥ ରଖିବା ପାଇଁ କିଏ ବା ନଚାହେଁ । ଶରୀରକୁ ଠିକ୍ ରଖିବା ପାଇଁ ଲୋକେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି । କିଛି ଲୋକ ସୁସ୍ଥ ରହିବା ପାଇଁ ସକାଳୁ ମର୍ଣ୍ଣିଂ ୱାକ୍ ଯାଇଥାଆନ୍ତି ତ ଆଉ କିଛି ଲୋକ ଜିମ୍ ଯାଇ ନିଜକୁ ଫିଟ୍ ରଖିଥାନ୍ତି । ଏହାସହ ଲୋକେମାନେ ସବୁବେଳେ ପରିପୂର୍ଣ୍ଣ ଖାଦ୍ୟ ନଖାଇ ଡାଏଟ୍ ବି କରିଥାନ୍ତି । କାରଣ ସବୁବେଳେ ପରିପୂର୍ଣ୍ଣ ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ବହୁ ଶୀଘ୍ର ଖରାପ ହେବାକୁ ଲାଗିଥାଏ । ଏଥିପାଇଁ ଲୋକେମାନେ ଡାଏଟ୍ କରିଥାନ୍ତି, ଯାହା ଫଳରେ ଶରୀର ଠିକ୍ ରହିଥାଏ । ସୁସ୍ଥ ରହିବାକୁ ମଣିଷ କେତେ କ’ ଣ ଖାଇଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଯେପରି ଡ୍ରାଏଫ୍ରୁଟ୍ସ ଠାରୁ ଆରମ୍ଭ କରି ସମସ୍ତ ଖାଦ୍ୟ ଖାଇଥାନ୍ତି । ହେଲେ ଆଜି ଏପରି ଏକ ଖାଦ୍ୟ ବିଷୟରେ କହିବୁ ଯାହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କଲେ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିପାରିବେ । ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଫ୍ୟାଟି ଲିଭର ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପରିସ୍ଥିତି ଏପରି ଯେ ସମସ୍ତେ ଲିଭରରେ ମଇଳା କିମ୍ବା ଚର୍ବି ଜମା ହେବାର ଅଭିଯୋଗ କରୁଛନ୍ତି, ଯାହା କାରଣରୁ ପାଚନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସାଧାରଣ ହୋଇଗଲାଣି । ଏହାର ଏକ ପ୍ରମୁଖ କାରଣ ହେଉଛି ଲିଭର ଠିକ୍ ଭାବରେ କାମ ନକରିବା । ଏପରି ପରିସ୍ଥିତିରେ, ଆପଣଙ୍କୁ କ’ଣ ଖାଇବା ଉଚିତ୍ ଆସନ୍ତୁ ଜାଣିବା :-
ଡାଲିରେ ରହିଛି ପୃଷ୍ଟିସାର । ଯାହା ଆମ ହାଡ଼ ଓ ରକ୍ତକୁ ମଜବୁତ କରିଥାଏ । ଡାଲି ମଧ୍ୟରେ ମୁଗ ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।
ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ଏଥି ସହ ଏଥିରେ ପ୍ରୋଟିନ୍, ମାଙ୍ଗାନିଜ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଜିଙ୍କ ଏବଂ ଭିଟାମିନ୍ ପରି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ହଳଦିଆ ମୁଗ ଡାଲି ପାଣି ଶରୀରରେ ଜମା ହୋଇଥିବା ଚର୍ବିକୁ ଡିଟକ୍ସିଫାଇ କରିବା, ପାଚନକୁ ତ୍ୱରାନ୍ୱିତ କରିବା ଏବଂ ଧମନୀକୁ ସଫା ଏବଂ ସୁସ୍ଥ ରଖିବାରେ ପ୍ରଭାବଶାଳୀ । ତେବେ ଆସନ୍ତୁ ଜାଣିବା ହଳଦିଆ ମୁଗ ଡାଲି ପାଣି ପିଇବାର କ’ଣ ଲାଭ ଅଛି ।
ପାଚନ ସମସ୍ୟା : ମୁଗଡାଲି ନିୟମିତ ଭାବରେ ସେବନ କରିବା ଦ୍ୱାରା ଆପଣଙ୍କ ପାଚନ ସମସ୍ୟା ଠିକ ରହିଥାଏ । ଏଥିରେ ଥିବା ପୋକଟିନ ନାମକ ଫାଇବର ପାଚନ କ୍ରିୟାକୁ ସନ୍ତୁଳିତ କରେ l ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ମଧ୍ୟ ହୋଇଥାଏ ।
ରକ୍ତଚାପ : ରକ୍ତଚାପ ନିୟନ୍ତ୍ରଣ କରେ ମୁଗ ଡାଲି । ଶରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିହାତି ଆବଶ୍ୟକ । ମୁଗ ଡାଲିରେ ଥିବା ମଗ୍ନେଶୀୟମ ଓ ପୋଟାସିୟମ ଶରୀରର ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତ କରିବା ପାଇଁ ମୁଗଡାଲି ଲାଭଦାୟକ ଅଟେ । କାରଣ ଏଥିରେ ବିଭିନ୍ନ ପ୍ରକାରର ପୋଷକତତ୍ୱ ରହିଛି ।
ଓଜନ କମ୍ କରେ : ଓଜନ କମ୍ କରାଏ ମୁଗ ଡାଲି । ମୁଗ ଡାଲି ସେବନ କରିବା ଦ୍ୱାରା ଶୀଘ୍ର ଭୋକ ଲାଗିନଥାଏ । ଯାହା ଫଳରେ ଶରରୀରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଇମ୍ୟୁନିଟି ପାୱାର : ମୁଗ ଡାଲି ଇମ୍ୟୁନିଟିକୁ ବୃଦ୍ଧି କରିଥାଏ । ଏଥିରେ ଥିବା ପୋଷାକ ତତ୍ୱ ଇମ୍ୟୁନିଟି ବଢାଇବାରେ ସାହାଯ୍ୟ ମଧ୍ୟ କରେ । ସେଥିପାଇଁ ସକାଳୁ ଖାଲି ପୋଟରେ ଗଜା ମୁଗ ଖାଇବା ଦ୍ୱାରା ଶରୀରକୁ ଅଧିକ ଶକ୍ତି ମିଳିଥାଏ ।
ସୁସ୍ଥ ହାର୍ଟ : ହାର୍ଟ ପାଇଁ ଲାଭଦାୟକ ମୁଗ । ଏହା ଅନିୟମିତ ହୃଦସ୍ପନ୍ଦନକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ମୁଗ ଡାଲି ଉଚ୍ଚ ରକ୍ତଚାପ କିମ୍ବା ହୃଦରୋଗରେ ପୀଡିତ ଲୋକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଖାଦ୍ୟ ଅଟେ । ଯାହା ହୃଦରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ ।
ମଧୁମେହ ରୋଗୀଙ୍କ ପାଇଁ ଲାଭ : ମଧୁମେହକୁ ରୋକିବାରେ ସାହାଯ୍ୟ କରେ ମୁଗ ଡାଲି । ମୁଗ ଡାଲିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ଫଳରେ, ଏହା ଶରୀରେ ଇନସୁଲିନ୍ ଏବଂ ଚର୍ବି ସ୍ତରକୁ ତଳକୁ ଆଣିବାରେ ସାହାଯ୍ୟ କରେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ ମଧ୍ୟ କରେ ଏବଂ ମଧୁମେହର ଆଶଙ୍କା କମ୍ ହେବାକୁ ଲାଗେ ।