Thursday, September 19, 2024
25.2 C
Odisha

    ସେନା ଅଫିସରଙ୍କୁ ଆକ୍ରମଣ: ବାନ୍ଧବୀଙ୍କୁ ଗଣବଳାତ୍କାର

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଇନ୍ଦୋରରେ ୨ ଜଣ ଯୁବ ସେନା ଅଫିସରଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ସେମାନଙ୍କ ବାନ୍ଧବୀଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ଗଣବଳାତ୍କାର କରିଛନ୍ତି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ଆକ୍ରମଣକାରୀମାନେ ଡକାୟତି କରିବା ଉଦ୍ଦେଶ୍ୟରେ ଆସିଥିଲେ। ପୋଲିସ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଥିବାବେଳେ ଜଣକ ନାଁରେ ଅପରାଧ ରେକର୍ଡ ରହିଛି। ୨ ସେନା ଅଫିସର ଇନ୍ଦୋର ନିକଟ ମହୁ ସେନା କଲେଜରେ ଟ୍ରେନିଂ ନେଉଥିବା ବେଳେ ମଙ୍ଗଳବାର ଅପରାହ୍ନରେ ସେମାନଙ୍କର ଦୁଇଜଣ ବାନ୍ଧବୀଙ୍କ ସହ ଛୋଟି ଜାମ୍‌ସ୍ଥିତ ଫାୟାରିଂ ରେଞ୍ଜ ନିକଟରେ ଥିବା ଏକ ସ୍ଥାନକୁ ବଣଭୋଜି କରିବାକୁ ଯାଇଥିଲେ। ହଠାତ୍‌ ୮ ଜଣ ସଶସ୍ତ୍ର ଯୁବକ ସେମାନଙ୍କୁ ଘେରିଯାଇଥିଲେ। ସେମାନଙ୍କ ହାତରେ ପିସ୍ତଲ, ଛୁରି ଓ ଲାଠି ଥିଲା। ସେମାନେ ଟ୍ରେନି ଅଫିସର ଓ ୨ ମହିଳାଙ୍କୁ ମାଡ଼ ମାରିବା ପରେ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ। ଏହା ପରେ ସେମାନେ ଜଣେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପଣବନ୍ଦୀ ରଖିଥିଲେ। ସେମାନଙ୍କୁ ମୁକୁଳାଇବାକୁ ହେଲେ ୧୦ ଲକ୍ଷ ଟଙ୍କା ଆଣିବା ପାଇଁ ସେମାନେ ଅନ୍ୟ ୨ ଜଣଙ୍କୁ ପଠାଇ ଦେଇଥିଲେ। ସେମାନେ ସେନା ୟୁନିଟ୍‌ରେ ପହଞ୍ଚି କମାଣ୍ଡିଂ ଅଫିସରଙ୍କୁ ସବୁ କଥା ଜଣାଇବା ପରେ ପୋଲିସକୁ ଖବର ଦିଆଯାଇଥିଲା। ପୋଲିସ ଓ ସେନା ଯବାନମାନେ ଘଟଣାସ୍ଥଳକୁ ଯିବାବେଳେ ସେମାନଙ୍କ ଗାଡ଼ି ଦେଖି ଆକ୍ରମଣକାରୀମାନେ ଫେରାର ହୋଇଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ