Friday, March 27, 2026
31.5 C
Odisha

    ସ୍କୁଲ ପରିସରରେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଭିଡିଓ ଇନଷ୍ଟଗ୍ରାମରେ ଅପଲୋଡ କରି ଦେଲେ ଧମକ

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର: ସ୍କୁଲ ପରିସରରେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ । ବିଧା, ଗୋଇଠା ସହ ଚାପୁଡା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ । ସୁବର୍ଣ୍ଣପୁର ଜିଲ୍ଲାର ବିଦ୍ୟାଳୟରୁ ଆସିଛି ଅମାନବୀୟ ଭିଡିଓ । ଜଣେ ନବମ ଶ୍ରେଣୀ ଛାତ୍ରକୁ ତାର ତିନିଜଣ ସହପାଠୀ ଏବଂ ବାହାରୁ ଦୁଇ ଛାତ୍ର ନିସ୍ତୁକ ମାଡ଼ ମାରୁଛନ୍ତି ।

    ଜଣଙ୍କୁ ଘେରି ପିଟୁଛନ୍ତି ୪ରୁ ୫ ଜଣ । ଆଉ ସେହି ଦୃଶ୍ୟକୁ ଅନ୍ୟ ଜଣେ ଛାତ୍ର ମୋବାଇଲରେ ଭିଡିଓ କରୁଛି । ଏହା ପରେ ଭିଡିଓକୁ ଇନଷ୍ଟ୍ରଗ୍ରାମରେ ଅପଲୋଡ଼ ମଧ୍ୟ କରିଛନ୍ତି । କେବଳ ସେତିକି ନୁହେଁ ଭଡିଓ ଅପଲୋଡ କରିବା ସହ ଇନଷ୍ଟଗ୍ରାମରେ ଖୁଲମଖୁଲା ଧମକ ମଧ୍ୟ ଦେଇଛନ୍ତି ‘ଏଥର ବଞ୍ଚିଗଲୁ ଆର ଥରକୁ ନୁହେଁ ’ । ଭିଡିଓ ଭାଇରାଲ ହେବା ପରେ ପୀଡିତ ଛାତ୍ରଙ୍କ ବାପା ଉଲୁଣ୍ଡା ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଅଭିଯୁକ୍ତ ଛାତ୍ରମାନଙ୍କୁ ଥାନାକୁ ଆଣି ପଚରା ଉଚୁରା କରୁଛି ପୋଲିସ । ଅନ୍ୟପଟେ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ l ତେବେ ଖୁବ ଶୀଘ୍ର ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ ପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ