Sunday, November 9, 2025
17.1 C
Odisha

    ସ୍ତ୍ରୀକୁ ମାରିବା ପରେ ନିଜେ ବି ଜୀବନ ହାରିଲା ନିଶାସକ୍ତ ସ୍ୱାମୀ

    ଆଗକୁ ପଢନ୍ତୁ

    ପଦ୍ମପୁର: ରଜରେ ଅଘଟଣ । ପାରିବାରିକ କଳହ ନେଲା ଜୀବନ । ସ୍ତ୍ରୀକୁ ହାଣିବା ପରେ ଜୀବନ ହାରିଲା ସ୍ୱାମୀ । ମୃତକ ଜଣକ ଶ୍ୟାମ ଭୋଇ । ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗାଁରେ ନିଶାସକ୍ତ ସ୍ୱାମୀର ଉନ୍ମତ୍ତକାଣ୍ଡ । ଗତକାଲି ଶ୍ୟାମ ଭୋଇ ଏବଂ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟି ତୁଣ୍ଡ ହୋଇଥିଲା । ଉଗ୍ର ରୂପ ନେଇଥିଲା କଳହ ।

    ପରେ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ କୁରାଢ଼ୀରେ ଆକ୍ରମଣ କରିଥିଲା ସ୍ୱାମୀ ଶ୍ୟାମ । ଗୁରୁତର ଅବସ୍ଥାରେ ଘର ଲୋକ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ସେପଟେ ସ୍ତ୍ରୀର ଚିକିତ୍ସା ଚାଲିଥିବାବେଳେ ଏପଟେ ଘରେ ଜୀବନ ହାରିଥିଲା ଶ୍ୟାମ ଭୋଇ । ପଦ୍ମପୁର ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.1 ° C
    17.1 °
    17.1 °
    60 %
    1.7kmh
    0 %
    Sun
    17 °
    Mon
    25 °
    Tue
    26 °
    Wed
    25 °
    Thu
    25 °

    ସମ୍ବନ୍ଧିତ