Tuesday, April 7, 2026
22.5 C
Odisha

    ସ୍ପିଡ୍‌ ବ୍ରେକର ଅତିକ୍ରମ ବେଳେ ହୃଦ୍‌ଘାତ ମୃତକଙ୍କ ଜୀବନ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର କୋହ୍ଲପୁର ଅଞ୍ଚଳର ଜଣେ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଷକୃତ୍ୟ ପାଇଁ ପଣ୍ଡୁରଙ୍ଗ ଉଲ୍‌ପେ ନାମକ ଉକ୍ତ ବ୍ୟକ୍ତିଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଘରକୁ ନିଆଯାଉଥିଲାବେଳେ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା। ସ୍ପିଡ୍‌ ବ୍ରେକର ଅତିକ୍ରମ ବେଳେ ଜାର୍କିଂ ଯୋଗୁ ଆମ୍ବୁଲାନ୍ସରେ ସୃଷ୍ଟି ହୋଇଥିବା କମ୍ପନ ଉଲ୍‌ପେଙ୍କୁ ବଞ୍ଚାଇ ଦେଇଛି। ଅଚଳ ଶରୀରରେ ହଲଚଲ ହେବା ଦେଖି ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଅନ୍ୟ ଏକ ହସ୍ପିଟାଲକୁ ନେଇଥିଲେ। ଗତ ୧୬ ତାରିଖରେ ଏହି ଘଟଣା ଘଟିଥିଲା। ଦ୍ୱିତୀୟ ହସ୍ପିଟାଲରେ ଉଲ୍‌ପେଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ରେ ଭର୍ତ୍ତି କରାଯାଇ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୧୫ ଦିନ ହସ୍ପିଟାଲରେ ରହିବା ପରେ ଉଲ୍‌ପେ ଘରକୁ ଫେରିଛନ୍ତି। ଉଲ୍‌ପେ କହିଛନ୍ତି, ସେ ଚଲାବୁଲା କରି ଘରକୁ ଫେରିବା ପରେ ବସି ଚା’ ପିଇଥିଲେ। ଏହା ପରେ ତାଙ୍କ ମୁଣ୍ଡ ବୁଲାଇବା ସହ ଅଶନିଃଶ୍ୱାସୀ ଲାଗିଥିଲା। ସେ ବାଥ୍‌ରୁମ୍‌କୁ ଯାଇ ବାନ୍ତି କରିଥିଲେ। ଏହା ପରେ କ’ଣ ଘଟିଲା ଏବଂ କେଉଁମାନେ ତାଙ୍କୁ ହସ୍ପିଟାଲ ନେଲେ, ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.5 ° C
    22.5 °
    22.5 °
    77 %
    0.8kmh
    0 %
    Tue
    35 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ