Monday, January 19, 2026
28.9 C
Odisha

    ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ୨୧ ଯାତ୍ରୀ ମୃତ

    ଆଗକୁ ପଢନ୍ତୁ

    ସ୍ପେନ୍ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । ଗତକାଲି ଦକ୍ଷିଣ ସ୍ପେନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି । କାର୍ଡୋବା ପ୍ରଦେଶରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

    ସୂଚନାନୁଯାୟୀ, ଦୁର୍ଘଟଣାଟି କର୍ଡୋବାର ଆଡାମୁଜ୍ ଷ୍ଟେସନ ନିକଟରେ ସନ୍ଧ୍ୟା ପ୍ରାୟ ୫ଟା୪୦ମିନିଟରେ GMT ରେ ଘଟିଥିଲା । ମାଲାଗାରୁ ମାଡ୍ରିଡ୍ ଯାଉଥିବା ଇରିଓ 6189 ହାଇ-ସ୍ପିଡ୍ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇ ନିକଟସ୍ଥ ଏକ ଟ୍ରାକରେ ଓଲଟି ପଡ଼ିଥିଲା । ଏହା ମାଡ୍ରିଡ୍ ରୁ ହୁଏଲଭା ଯାଉଥିବା ଏକ ସାମ୍ନାପଟୁ ଟ୍ରେନ୍ ସହିତ ଧକ୍କା ହୋଇଥିଲା ।  ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଉଦ୍ଧାର ଯନ୍ତ୍ରପାତି ଆବଶ୍ୟକ ହେବାରୁ ଦୁର୍ଘଟଣାର ଗମ୍ଭୀରତା ସ୍ପଷ୍ଟ ହୋଇଛି । ଏହାରି ମଧ୍ୟରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ଆରମ୍ଭ ହୋଇଥିଲା । ଘଟଣାସ୍ଥଳକୁ ଅନେକ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଏବଂ ଡାକ୍ତରୀ ଦଳ ପଠାଯାଇଥିଲା । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିନ୍ତୁ ଆହତଙ୍କ ସଂଖ୍ୟା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇ ନାହିଁ ।

    ଅନ୍ୟପଟେ ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ହାଇ-ସ୍ପିଡ୍ ରେଳ ସେବାକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦିଆଯାଇଛି । ତଥାପି, ମାଡ୍ରିଡ୍ ଏବଂ ଟୋଲେଡୋ, ସିଉଡାଡ୍ ରିଅଲ୍ ଏବଂ ପୁଏର୍ଟୋଲାନୋ ମଧ୍ୟରେ ବାଣିଜ୍ୟିକ ରେଳ ସେବା ସ୍ୱାଭାବିକ ଭାବରେ ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    18 %
    2.1kmh
    0 %
    Mon
    30 °
    Tue
    31 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ