Sunday, March 15, 2026
38.4 C
Odisha

    ସ୍ଵାମୀ,ସ୍ତ୍ରୀ ଖୋଜୁଛନ୍ତି ସାହାରା, ସହାୟତା ପାଇଁ କରିଛନ୍ତି ନିବେଦନ

    ଆଗକୁ ପଢନ୍ତୁ

    ପାରାଦୀପ: ଦିନ ଥିଲା ସ୍ଵାମୀ ସ୍ତ୍ରୀ ଉଭୟ ରୋଜଗାର କରି ଭଲରେ ଦିନ କାଟିବା ସହିତ ଅନ୍ୟର ଦୁଃଖ ରେ ଠିଆ ହେଉଥିଲେ । ହେଲେ ବଦଳିଗଲା ସମୟର ଚକ୍ର । ଦୁଇଜଣ ରୋଜଗାର କରିପାରୁ ନାହାନ୍ତି । ଏବେ ଖୋଜୁଛନ୍ତି ଅନ୍ୟର ସାହାରା । ଆମେ କହୁଛୁ ପାରାଦୀପ ବୃନ୍ଦାବନ କଲୋନୀର ଓାର୍ଡ ନଂ ୯ ରେ ରହୁଥିବା ଶ୍ରୀଧର ରାଉତ ଓ ଆଶାଲତାଙ୍କ କଥା । ଓଳିଏ ଖାଇଲେ ଦୁଇ ଓଳି ଉପବାସ, ଦେହ ପାଇଁ ଔଷଧ କଥା କିଏ ପଚାରୁଛି । ଶ୍ରୀଧର ମାଛଧରା ବନ୍ଦରରେ ବୋଟ୍ ସୁପରଭାଇଜର ଭାବେ କାର୍ଯ୍ୟ କରି ପରିବାର ଚଳାଇବା ସହିତ ଅନ୍ୟର ସୁଖ,ଦୁଃଖ ରେ ଛିଡା ହେଉଥିଲେ ।

    ପୂର୍ବରୁ ଶ୍ରୀଧର ରାଉତ ମାଛଧରା ବେସରେ କାମ କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ। ତାଙ୍କ କାନ୍ଧରେ କାନ୍ଧ ମିଶାଇ ତାଙ୍କ ସ୍ତ୍ରୀ ଆଶାଲତା ରାଉତ ପାରାଦୀପ ମୁନିସିପାଲିଟିରେ ନିୟୋଜିତ ସଫେଇ ଗାଡିରେ କାମ କରି ମଧ୍ୟ ଭଲ ଦୁଇ ପଇସା ରୋଜଗାର କରୁଥିଲେ ।କିଏ ଯଦି ଅସୁବିଧାରେ ପଡୁଥିଲେ ସଙ୍ଗେ ସଙ୍ଗେ ସେମାନଙ୍କ ନିକଟରେ ଛିଡା ହେଉଥିଲେ ଆଶାଲତା ରାଉତ । ମାତ୍ର ଦୁର୍ଭାଗ୍ୟ ଯେତେବେଳେ ଆସେ ପରିବାରକୁ ସାଙ୍ଗରେ ନେଇ ହିଁ ଆସିଥାଏ । ହଠାତ୍ ଶ୍ରୀଧରଙ୍କ ବ୍ରେନ୍ ଷ୍ଟେ୍ର୍ରାକ ହେଲା ଏବଂ ସେ ପକ୍ଷାଘାତ ରୋଗରେ ପୀଡିତ ହୋଇଥିବା ବେଳେ ଏହାର କିଛିଦିନ ଭିତରେ ପତ୍ନୀ ଆଶାଲତାଙ୍କର ଦୁର୍ଘଟଣାରେ ଗୋଡ ଭାଙ୍ଗିଗଲା । ଉଭୟ ଏବେ ଘରେ ପଡିଥିବା ବେଳେ କିଛି କାମ ନଥିବାରୁ ଚୁଲି ଜଳିବା ଅସମ୍ଭବ ହୋଇ ପଡିଛି ।

    ଏଭଳି ପରିସ୍ଥିତିରେ ମୁନିସିପାଲିଟିର ଯେଉଁ ଠିକାଦାର ଅଧିନରେ ଆଶାଲତା କାମ କରୁଥିଲେ, ସିଏ ମଧ୍ୟ ତାଙ୍କର ଦୁଃଖ ରେ ସହଯୋଗର ହାତ ବଢାଇଲେ ନାହିଁ । ଦିନେ ଯିଏ ଅନ୍ୟର ଦୁଃଖ ରେ ନିଜର ସ୍ଵଳ୍ପ ରୋଜଗାରକୁ ଖର୍ଚ୍ଚ କରିଦେଉଥିଲା, ଆଜି ସିଏ ନିଜେ ଗଣ୍ଡାଏ ଖାଇବା ଔଷଧ ଟିକିଏ କିଣିବା ପାଇଁ ସଂଘର୍ଷ କରୁଛି ।ଏ ସ୍ଵାର୍ଥପର ଦୁନିଆରେ ଅନ୍ୟ ପାଇଁ ଚିନ୍ତା କରୁଥିବା ଶ୍ରୀଧର ଓ ଆଶାଲତା ସମୟ ଚକ୍ରରେ ନିଜେ ଅସହାୟ ହୋଇପଡିଛନ୍ତି ।

    କିଛି ସରକାରୀ ସ୍ତରରେ କିମ୍ୱା କେହି ସହୃଦୟ ବ୍ୟକ୍ତି ଯଦି ଉଭୟଙ୍କୁ ସହଯୋଗର ହାତ ବଢାନ୍ତେ, ତେବେ ଉଭୟ ଦୁଇ ଓଳି ଦୁଇମୁଠା ଖାଇବା ସହିତ ଔଷଧ ଖାଇ ସୁସ୍ଥ ହୋଇ ପାରନ୍ତେ ବୋଲି ଅନୁରୋଧ କରିଛନ୍ତି ଆଶାଲତାଙ୍କ ପଡୋଶି । ଏଭଳି ପରିସ୍ଥିତିରେ ଖବର ପାଇ ଶ୍ରୀଧରଙ୍କ ଘରେ ପହଞ୍ଚିବା ସହିତ ସାହାଯ୍ୟର ହାତ ବଢାଇଛନ୍ତି ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟା । କିପରି ଶ୍ରୀଧର ରାଉତ ସୁସ୍ଥ ହେବେ ଏବଂ ତାଙ୍କର ପରିବାର ମୁହଁରେ ପୁଣି ଥରେ କିପରି ହସ ଫେରି ଆସିବ ଏନେଇ ପ୍ରୟାସ ଆରମ୍ଭ କରିଛନ୍ତି ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟା । ନିଜେ ସାହାଯ୍ୟର ହାତ ବଢାଇବା ସହିତ ବିଭିନ୍ନ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ଦୁଃସମୟରେ ପଡିଥିବା ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି ସ୍ନେହମୟୀ ।

    ଯଦି କୌଣସି ସହୃଦୟ ବ୍ୟକ୍ତି ହୁଅନ୍ତୁ କିମ୍ୱା ସଂଗଠନ ଆଶାଲତାଙ୍କୁ ସାହାଯ୍ୟ କରିବାକୁ ଚାହୁଛନ୍ତି ତେବେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

    ବ୍ୟାଙ୍କ ଆକାଉଣ୍ଟ ନମ୍ୱର- 32183167780
    IFSC CODE-SBIN0007979
    STATE BANK OF INDIA
    BRANCH-PARADEEP
    ଫୋନ ପେ ନମ୍ୱର – 9078115103

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.4 ° C
    38.4 °
    38.4 °
    14 %
    3.6kmh
    76 %
    Sun
    37 °
    Mon
    38 °
    Tue
    39 °
    Wed
    37 °
    Thu
    36 °

    ସମ୍ବନ୍ଧିତ