Friday, April 3, 2026
39.1 C
Odisha

    ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା, ଦୁଇ ଦିନିଆ ରିମାଣ୍ଡରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମ୍ ବ୍ରାଞ୍ଚ

    ଆଗକୁ ପଢନ୍ତୁ

    କଟକ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଦୁଇ ଅଭିଯୁକ୍ତଙ୍କର ଆଜି ସରୁଛି ରିମାଣ୍ଡ ଅବଧି । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ କୁମାର ମିଶ୍ରଙ୍କୁ କୋର୍ଟରେ ହାଜର କରିବା ପରେ ଚୌଦ୍ଵାର ମଣ୍ଡଳ କାରାଗାର ପଠାଇବ କ୍ରାଇମବ୍ରାଞ୍ଚ । ଏହି ଦୁଇ ଦିନିଆ ରିମାଣ୍ଡରେ ଉଭୟଙ୍କ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମ୍ ବ୍ରାଞ୍ଚ । କେବଳ ଚଳିତ ବର୍ଷର ସ୍ବତନ୍ତ୍ର ଓଟିଇଟି ନୁହେଁ, ପୂର୍ବରୁ ମଧ୍ୟ ପ୍ରଶ୍ନପତ୍ର ଲିକ୍ କରି ମୋଟା ଅଙ୍କର ଆର୍ଥିକ କାରବାର ହୋଇ ଥିବାର ସନ୍ଦେହ କରୁଛି ତଦନ୍ତକାରୀ ଟିମ୍।

    ବୋର୍ଡର ମହିଳା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଡାକି ଜେରା କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ବିଜୟ ମିଶ୍ର କେତେ ଜଣ ଶିକ୍ଷକଙ୍କୁ ପ୍ରଶ୍ନ ପତ୍ର ବାଣ୍ଟି ଥିଲେ, ସେମାନଙ୍କ ଠାରୁ କେତେ ଟଙ୍କା ଲେଖାଏଁ ଆଦାୟ କରିଥିଲେ ସେ ସମ୍ପର୍କରେ ମଧ୍ୟ ସୁରାକ ପାଇଛି ତଦନ୍ତକରୀ ଟିମ୍ । ଗତକାଲି କ୍ରାଇମବ୍ରାଞ୍ଚର ଏକ ଟିମ ପୁଣି ଥରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଯାଇ ତନାଘନା ତଦନ୍ତ କରିଥିବା ଜଣାପଡିଛି।

    ବୋର୍ଡ ଅଫିସରେ ଉପ ସଭାପତିଙ୍କ ଚ୍ୟାମ୍ୱର୍, ସିକ୍ରେଟ ସେକ୍ସନ, ପରୀକ୍ଷା ନିୟନ୍ତ୍ରକଙ୍କ ପ୍ରକୋଷ୍ଠ ଆଦି ଯାଞ୍ଚ କରିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଜିତନ ଓ ବିଜୟ ଙ୍କ ସହ ବିଗତ କିଛି ମାସ ଭିତରେ କେଉଁ କେଉଁ ମାନେ ଲଗାତାର ସମ୍ପର୍କରେ ଥିଲେ ସେ ନେଇ ଅନେକ ତଥ୍ୟ ହାସଲ କରିଛି କ୍ରାଇମ୍ ବ୍ରାଞ୍ଚ । ଏହି ଲିଙ୍କ ଆଧାରରେ ଆଗକୁ ଆଉ କିଛି ବ୍ୟକ୍ତିଙ୍କୁ ଡାକି ଜେରା କରିପାରେ କ୍ରାଇମବ୍ରାଞ୍ଚ ।

    ସେପଟେ କୁଆଡେ ଗଲା ପେନ ଡ୍ରାଇଭ୍। କାହା ପାଖରେ ଅଛି? ନା ଏହାକୁ ନଷ୍ଟ କରି ଦିଆଯାଇଛି । ଏବେ ପେନ ଡ୍ରାଇଭର ଠିକଣା ଖୋଜୁଛି କ୍ରାଇମ୍ ବ୍ରାଞ୍ଚ ର ତଦନ୍ତକାରୀ ଟିମ୍ । ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ଜଣଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ଗିରଫଦାରି ଆଗକୁ ମଧ୍ୟ ବୃଦ୍ଧି ପାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ