Tuesday, June 24, 2025
24.9 C
Odisha

    ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ କେସର ପାଣି, ଗୋଟିଏ ମାସରେ ଦେଖିପାରିବେ ପ୍ରଭାବ

    ଆଗକୁ ପଢନ୍ତୁ

    ପୋଷକ ତତ୍ତ୍ୱରେ ଭରପୂର କିଛି ଡ୍ରିକ୍ସ ଆମ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଏହା ଭିତରେ କେସର ପାଣି ଅନ୍ୟତମ । କେସରର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି । କିନ୍ତୁ ବହୁତ କମ୍‌ ଲୋକ ଏହାର ପାଣିର ଫାଇଦା ବିଷୟରେ ଜାଣିଛନ୍ତି । ଆପଣଙ୍କ ସୂଚନା ପାଇଁ କହି ରଖୁଛୁ ଯେ କେସର ପାଣି ପିଇ ଆପଣ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ସୁଦୃଢ଼ ​​କରିପାରିବେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କେସର ପାଣି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସହାୟକ ହୋଇପାରେ ।

    ତେବେ ଆସନ୍ତୁ ଜାଣିବା କେସର ପାଣି ପିଇବାର କିଛି ଲାଭ ବିଷୟରେ । କେସର ପାଣି ପିଇବା ଦ୍ୱାରା ବହୁତ ପରିମାଣରେ ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ । ଯଦି ଆପଣ ଆପଣଙ୍କର ୱେଟ୍ ଲସ୍ ଜର୍ଣ୍ଣିକୁ ସହଜ କରିବାକୁ ଚାହୁଁଛନ୍ତି, ତେବେ ଆପଣ କେସର ପାଣିକୁ ଆପଣଙ୍କର ସକାଳର ଡାଏଟ୍ ପ୍ଲାନର ଏକ ଅଂଶ କରିପାରିବେ । କେସର ପାଣିରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ହାଡ଼କୁ ମଜବୁତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।

    ଭଲ ଫଳାଫଳ ପାଇବା ପାଇଁ ଆପଣ ପ୍ରତିଦିନ ସକାଳେ କେସର ପାଣି ପିଇବା ଆରମ୍ଭ କରିବା ଉଚିତ । କେସର ପାଣି କେବଳ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ସାବ୍ୟସ୍ତ ହୋଇପାରେ । ଆପଣ କେସର ପାଣି ପିଇ ଆପଣଙ୍କର ମନୋଭାବକୁ ମଧ୍ୟ ବହୁତ ପରିମାଣରେ ଉନ୍ନତ କରିପାରିବେ । ନିଦ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେସର ପାଣି ପିଇପାରିବେ ।

    କେବଳ ଯେ ସ୍ୱାସ୍ଥ୍ୟ ତା’ ନୁହେଁ ଆମ ତ୍ୱଚା ପାଇଁ ମଧ୍ୟ କେସର ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । କେସର ପାଣି ତ୍ୱଚାକୁ ହାଇଡ୍ରେଟ କରିବା ସହ ବ୍ରଣ ସମସ୍ୟାରୁ ମୁକ୍ତି ଦିଏ । କେସରରେ ପ୍ରୋଟିନ, କ୍ୟାଲସିଅମ, ଫାଇବର, ମାଙ୍ଗାନିଜ, ପୋଟାସିଅମ, ଭିଟାମିନ A, ଭିଟାମିନ C ଇତ୍ୟାଦି ଅନେକ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ରୋଗ ସହିତ ଲଢିବାର କ୍ଷମତା ପ୍ରଦାନ କରିଥାଏ ।

    କେସର ପାଣି କିପରି ପ୍ରସ୍ତୁତ କରିବେ?

    କେସର ପାଣି ତିଆରି କରିବା ବହୁତ ସହଜ । ସର୍ବପ୍ରଥମେ, ଗୋଟିଏ ଗ୍ଲାସ ପାଣିରେ ୨-୪ ଟି କେସର ପକାନ୍ତୁ । ଏବେ ଆପଣ ଏହି କେସରକୁ ରାତିସାରା ପାଣିରେ ଭିଜାଇ ରଖିଦିଅନ୍ତୁ । ଆପଣ ପରଦିନ ସକାଳେ ଏହି ପୁଷ୍ଟିକର ପାନୀୟ ପିଇପାରିବେ । ପ୍ରତିଦିନ କେସର ପାଣି ପିଅନ୍ତୁ ଏବଂ ନିଜେ ଏହାର ସକାରାତ୍ମକ ପ୍ରଭାବ ଦେଖନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.9 ° C
    24.9 °
    24.9 °
    85 %
    3.7kmh
    100 %
    Tue
    25 °
    Wed
    32 °
    Thu
    33 °
    Fri
    31 °
    Sat
    26 °

    ସମ୍ବନ୍ଧିତ