Tuesday, June 30, 2026
25.6 C
Odisha

    ପାଦ ଫାଟିବା ଦେଇଥାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

    ଆଗକୁ ପଢନ୍ତୁ

    ପାଦ ଫାଟିବା ଏକ ସାଧାରଣ  କଥା । କିନ୍ତୁ ଅବହେଳା କରିବାଯୋଗ୍ୟ ନୁହେଁ । ନଚେତ ଏହା ଅନେକ ସମୟରେ ବିପଦ ସୃଷ୍ଟି କରିପାରେ । ବେଳେ ବେଳେ ଏହା ସ୍ୱାସ୍ଥ୍ୟ ସହିତ ଜଡିତ ସମସ୍ୟା ସମ୍ପର୍କରେ ସଙ୍କେତ ଦେଇଥାଏ । ପାଦ ଫାଟିବାର ସମସ୍ୟା ଶୀତ ଋତୁ, ଅତ୍ୟଧିକ ଶୁଷ୍କ ପରିବେଶ, ଦୀର୍ଘ ସମୟ ଠିଆ ହୋଇ କାମ କରିବା, ଖାଲି ପାଦରେ ଚାଲିବା, ଶରୀରରେ ଜଳର ଅଭାବ କିମ୍ବା ଚର୍ମର ଯଥେଷ୍ଟ ଆର୍ଦ୍ରତା ନ ରହିବା ଭଳି ବିଭିନ୍ନ କାରଣରୁ ହୋଇପାରେ । କିନ୍ତୁ ଏଥିପ୍ରତି ଅବହେଳା କରିବା ମଧ୍ୟ ଉଚିତ୍ ନୁହେଁ । ଖାସ୍ କରି ମଧୁମେହ, ଥାଇରଏଡ୍ ସମସ୍ୟା କିମ୍ବା କିଛି ଚର୍ମରୋଗ ଥିବା ବ୍ୟକ୍ତିଙ୍କ ମଧ୍ୟରେ ପାଦ ଫାଟିବା ଭଳି ସମସ୍ୟା ଅଧିକ ଦେଖାଯାଏ । ତେଣୁ ପାଦର ମଧ୍ୟ ଯତ୍ନ ନିଶ୍ଚୟ ନିଅନ୍ତୁ ।

    ପାଦରେ ହେଉଥିବା ଯନ୍ତ୍ରଣାକୁ ଆମେ ସବୁବେଳେ ଜାଣିବା ପରେ ମଧ୍ୟ ଅଣଦେଖା କରିଦେଇଥାଉ।  କିନ୍ତୁ ଏହା ବିଭିନ୍ନ ରୋଗର ସଙ୍କେତ ଦେଇଥାଏ । ହାଇ କୋଲେଷ୍ଟ୍ରଲର ଲକ୍ଷଣ ଗୋଡରେ ମଧ୍ୟ ଦେଖାଯାଏ । ଯଦି ଆପଣ ଠିକ୍ ସମୟରେ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଆଗକୁ ଯାଇ ସମସ୍ୟା ସୃଷ୍ଟି କରିପାରେ । ତେବେ ଏହି ଲକ୍ଷଣଗୁଡିକୁ ଅଣଦେଖା କରନ୍ତୁନାହିଁ । ନଚେତ ଆପଣ ହୃଦଘାତର ଶିକାର ହେବା ସହ ଉଚ୍ଚ ରକ୍ତଚାପ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । କେବଳ ଏତିକି ନୁହେଁ ଆପଣଙ୍କ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ଦେଖାଦେଇଥାଏ ।

    ଯଦି ଯନ୍ତ୍ରଣାକୁ ଠିକ୍‌ ସମୟରେ ଉପଚାର କରାନଯାଏ, ତେବେ ଅଧିକ ସମସ୍ୟା ଦେଖାଯାଇପାରେ । କାରଣ ପେରିଫେରଲ ଆର୍ଟରୀ ଡିସଅର୍ଡର ଏମିତି ଏକ ରୋଗ, ଯାହା ଅନ୍ୟ ଲକ୍ଷଣ କାରଣରୁ ହୁଏ ନାହିଁ । ପାଦରେ ଯନ୍ତ୍ରଣା, ହୃଦ ରୋଗର ପ୍ରାରମ୍ଭିକ ଲକ୍ଷଣ ଭାବେ ମନାଯାଏ । ତେଣୁ ପାଦରେ ଯନ୍ତ୍ରଣା, ଓଜନ ଲାଗିବା, ଜଳାପୋଡା ଲକ୍ଷଣକୁ କେବେ ବି ଅଣଦେଖା କରନ୍ତୁ ନାହିଁ । ତେବେ ଆସନ୍ତୁ ଏହା ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଜାଣିବା ।

    ଶୀତଦିନେ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା । କିନ୍ତୁ ଯଦି ଖରାଦିନେ ମଧ୍ୟ ଏହା ଦେଖିବାକୁ ମିଳେ ତେବେ ଆପଣ ଜାଣନ୍ତୁ ଯେ ଆପଣଙ୍କ ଶରୀରରେ କିଛି ସମସ୍ୟା ରହିଛି । ଯାହା ହାଇ କୋଲେଷ୍ଟ୍ରଲର ଲକ୍ଷଣ ହୋଇପାରେ । ଏଭଳି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏଥିସହିତ ହାଇ କୋଲେଷ୍ଟ୍ରଲ ଯୋଗୁଁ ପାଦକୁ ହେଉଥିବା ରକ୍ତ ସଞ୍ଚାଳନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ରକ୍ତ ଅଭାବ ଯୋଗୁଁ ପାଦର ଚର୍ମ ଏବଂ ନଖର ରଙ୍ଗ ବଦଳିବାକୁ ଆରମ୍ଭ କରିଥାଏ ।

    ଏହା ବ୍ୟତୀତ ଅନେକ ଲୋକ ରାତିରେ ଶୋଇବା ସମୟରେ ଗୋଡ ଫାଟିଯାଇଥାଏ । ଯାହା ହାଇ କୋଲେଷ୍ଟ୍ରଲର ଏକ ସାଧାରଣ ସଙ୍କେତ । ପାଦ ବ୍ୟତୀତ ଗୋଇଠି ପାଦ ଅଙ୍ଗୁଳିରେ ମଧ୍ୟ ଫାଟ ଦେଖାଯାଏ ଯାହାର ପ୍ରଭାବ ନିଦ ଉପରେ ପଡିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    91 %
    0.9kmh
    100 %
    Tue
    26 °
    Wed
    30 °
    Thu
    31 °
    Fri
    30 °
    Sat
    31 °

    ସମ୍ବନ୍ଧିତ