Monday, September 28, 2026
24.7 C
Odisha

    ହ୍ୱାଟ୍ସଆପ୍ ଆଣିଲା ବଡ ପରିବର୍ତ୍ତନ:ମୋବାଇଲ୍ ନମ୍ବର ନୁହେଁ,ୟୁଜରନେମ୍‌ରେ ହେବ ଚାଟ୍!

    ଆଗକୁ ପଢନ୍ତୁ

    ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ବଡ ଖବର। ହ୍ୱାଟ୍ସଆପ୍ ଆଣୁଛି ବଡ଼ ପରିବର୍ତ୍ତନ। ବ୍ୟବହାରକାରୀମାନେ  କାହା ସହ ଚାଟ୍ ଆରମ୍ଭ କରୁଥିଲେ ତାଙ୍କୁ ମୋବାଇଲ୍ ନମ୍ବର ଆବଶ୍ୟକ ପଡୁଥିଲା। କିନ୍ତୁ ଏବେ ସେହି ବାଧ୍ୟତା ଧୀରେ ଧୀରେ ଶେଷ ହେବାକୁ ଯାଉଛି।ମେଟା ମାଲିକାନାରେ ଥିବା ହ୍ୱାଟ୍ସଆପ୍ ନୂତନ ୟୁଜରନେମ୍ ଫିଚର ଲଞ୍ଚ କରିଛି। ଏହି ଫିଚର ମାଧ୍ୟମରେ ୟୁଜରମାନେ ନିଜ ମୋବାଇଲ୍ ନମ୍ବର ପ୍ରକାଶ ନକରି କେବଳ ୟୁଜରନେମ୍ ବ୍ୟବହାର କରି ଅନ୍ୟମାନଙ୍କ ସହ ଚାଟ୍ କରିପାରିବେ। ଏହା ଗୋପନୀୟତା ଓ ସୁରକ୍ଷାକୁ ଆହୁରି ମଜବୁତ କରିବ।କମ୍ପାନୀ ଜୁନ୍ ୨୯ ତାରିଖରୁ ସାରା ବିଶ୍ୱରେ ୟୁଜରନେମ୍ ବୁକିଂ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏହି ଫିଚର ସମସ୍ତ ୟୁଜରଙ୍କ ପାଖକୁ ଏକାସାଥିରେ ପହଞ୍ଚିବ ନାହିଁ। ଆଗାମୀ କିଛି ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ବିଭିନ୍ନ ଦେଶରେ ଏହାକୁ ରୋଲ୍ ଆଉଟ୍ କରାଯିବ। ଯେତେବେଳେ ଏହି ସୁବିଧା ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ହେବ, ସେତେବେଳେ  ହ୍ୱାଟ୍ସଆପ୍ ମଧ୍ୟରେ ଏକ ବିଜ୍ଞପ୍ତି ମିଳିବ।ବିଶ୍ୱର ଲକ୍ଷ ଲକ୍ଷ ୟୁଜର ସମାନ କିମ୍ବା ମିଳିତ ୟୁଜରନେମ୍ ବାଛିବାକୁ ଚେଷ୍ଟା କରିପାରନ୍ତି। ତେଣୁ ଯେଉଁମାନେ ପ୍ରଥମେ ନିଜ ପସନ୍ଦର ୟୁଜରନେମ୍ ରିଜର୍ଭ କରିବେ, ସେମାନଙ୍କ ପାଇଁ ଇଚ୍ଛିତ ୟୁଜରନେମ୍ ପାଇବାର ସମ୍ଭାବନା ଅଧିକ ରହିବ।

    ହ୍ୱାଟ୍ସଆପର ନୂଆ ୟୁଜରନେମ୍ ଫିଚରକୁ ନେଇ ୟୁଜରମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହି ଫିଚର ଆସିବା ପରେ ଲୋକମାନେ ନିଜ ମୋବାଇଲ୍ ନମ୍ବର ଦେବା ଛାଡ଼ି ୟୁଜରନେମ୍ ମାଧ୍ୟମରେ ଅନ୍ୟମାନଙ୍କ ସହ ଯୋଡ଼ି ହୋଇପାରିବ।

     

    ହ୍ୱାଟ୍ସଆପ୍  ମୁଖ୍ୟ କୁନାଲ ଶାହ X ରେ ଲେଖିଛନ୍ତି—ସମୟ ହେଉଛି ସବୁକିଛି। ଏହି ଫିଚର ସାରା ବିଶ୍ୱରେ ଆସିବା ହ୍ୱାଟ୍ସଆପ୍ ରେ ଯୋଗଦାନ କରନ୍ତୁ ଏବଂ ନିଜ ୟୁଜରନେମ୍ ସଂରକ୍ଷଣ କରନ୍ତୁ। ଏବେ ଆପଣଙ୍କ ପସନ୍ଦର ୟୁଜରନେମ୍ ବାଛିବାର ସମୟ। ନୂଆ ଫିଚର ଆଣିବ ଅଧିକ ବ୍ୟକ୍ତିଗତ ଓ ସୁରକ୍ଷିତ ଚାଟିଂ ଅନୁଭବ। ଏବେ ଅଜଣା ଲୋକଙ୍କ ସହ କଥା ହେବା ବେଳେ ମଧ୍ୟ ଆପଣଙ୍କ ଫୋନ୍ ନମ୍ବର ସେୟାର କରିବାର ଆବଶ୍ୟକତା କମିଯିବ।

    ତେବେ କ’ଣ ବଦଳିବ?

    ୟୁଜରନେମ୍ ଫିଚର ଆସିବା ପରେ କିଛି ସ୍ଥାନରେ ଆପଣଙ୍କ ଫୋନ୍ ନମ୍ବର ଆଉ ସିଧାସଳଖ ଦେଖାଯିବ ନାହିଁ।

    • ବଡ଼ ଗ୍ରୁପ୍ ଚାଟ୍‌ରେ ଆପଣଙ୍କୁ ଯୋଡ଼ାଯିବା ସମୟରେ।
    • ଯେତେବେଳେ ଆପଣ କାହାକୁ ପ୍ରଥମ ଥର ପାଇଁ ମେସେଜ୍ କରିବେ।

    ଏହା ଫଳରେ ଆପଣଙ୍କ ଫୋନ୍ ନମ୍ବର ଅଧିକ ବ୍ୟକ୍ତିଗତ ରହିବ। ଆପଣ ନିଜେ ସେୟାର କରିବାକୁ ଚାହିଲେ ମାତ୍ର ଅନ୍ୟମାନେ ଏହା ଦେଖିପାରିବେ।ହ୍ୱାଟ୍ସଆପ୍ ର ଏହି ନୂଆ ପଦକ୍ଷେପ ଅନଲାଇନ୍ ଗୋପନୀୟତାକୁ ଆହୁରି ମଜବୁତ କରିବା ଦିଗରେ ଏକ ବଡ଼ ପଦକ୍ଷେପ ହୋଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ