Monday, October 19, 2026
21.6 C
Odisha

    କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ବିରୋଧରେ ଜମ୍ମୁ ଏବଂ କାଶ୍ମୀରରେ ବଡ଼ ଧରଣର ପ୍ରତିବାଦ ହୋଇଛି। ଯାହା ଉପତ୍ୟକାର ଶାନ୍ତିକୁ ପ୍ରଭାବିତ କରିଛି। ରବିବାର ଦିନ, ଶହ ଶହ ଲୋକ ଶ୍ରୀନଗରର ଲାଲଚୌକରେ ଥିବା ଘଣ୍ଟା ଟାୱାର ନିକଟରେ ଏକତ୍ରିତ ହୋଇଥିଲେ। ଯେଉଁଠାରେ ସେମାନେ ଖାମନେଇଙ୍କ ଫଟୋ ଧରି ଆମେରିକା ଏବଂ ଇସ୍ରାଏଲ ବିରୋଧରେ ସ୍ଲୋଗାନ ଦେଇ ଶୋକ ପ୍ରକାଶ କରିଥିଲେ। ପୁଲୱାମା, ବଡଗାମ ଭଳି ଜିଲ୍ଲାରେ ମଧ୍ୟ ସମାନ ପ୍ରତିବାଦ ଦେଖିବାକୁ ମିଳିଥିଲା।

    ଲୋକମାନେ ଇରାନୀ ନେତାଙ୍କ ମୃତ୍ୟୁକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହି ପ୍ରତିବାଦ କରିଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଆଗାମୀ ଦୁଇ ଦିନ ପାଇଁ କାଶ୍ମୀରର ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ସେପଟେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ ସେ ଲେଖିଛନ୍ତି ଯେ ସମସ୍ତ ସମ୍ପ୍ରଦାୟ ଶାନ୍ତ ରହିବା ଉଚିତ। ଏବଂ ଏପରି କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ, ଯାହା ଅଶାନ୍ତି ସୃଷ୍ଟି କରିପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ