ସମ୍ବଲପୁର : ୧୦ରୁ ଅଧିକ ବାଇକ ଉପରେ ଚଢିଗଲା କାର । ଅଳ୍ପକେ ବର୍ତ୍ତିଲେ ଚାଳକ । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଛକ ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ ରାସ୍ତାରେ ଛିଡା ହୋଇଥିବା ୧୦ରୁ ଅଧିକ ବାଇକ ଓ ସ୍କୁଟି ଉପରେ ଚଢି ଯାଇଥିଲା । ଦୁର୍ଘଟଣାଟି ଏତେ ଜୋରରେ ହୋଇଥିଲା ଯେ କାରର ଇଞ୍ଜିନ ବାହାରି ପଡି ଗାଡ଼ିରୁ ଅଲଗା ହୋଇଯାଇଥିଲା । ଚାଳକ ଜଣଙ୍କ ମଦ୍ୟପାନ କରି ଗାଡି ଚଲାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ କରିଛି ।

