Tuesday, August 5, 2025
26 C
Odisha

    ୧୧ ଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ବିଜ୍ଞପ୍ତି ଜାରି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ନିମନ୍ତେ ୧୧ଗୋଟି ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି I ଏହି କ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ, ନୟାଗଡ଼ ଓ କେନ୍ଦ୍ରାପଡା ଜିଲ୍ଲାରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ ( ଭିଜିଲାନ୍ସ ) କୋର୍ଟ ପ୍ରତିଷ୍ଠା ପାଇଁ ଆଜି ( ୦୪. ୦୮. ୨୦୨୫ ତାରିଖରେ) ବିଜ୍ଞପ୍ତି ପ୍ରକାଶ ପାଇଛି ।

    ଏତଦବ୍ୟତୀତ ପୁରୀ ଜିଲ୍ଲାର ପିପିଲି, ନୟାଗଡ଼ ଜିଲ୍ଲାର ରଣପୁର, ଖୋର୍ଦ୍ଧା ଜିଲ୍ଲାର ବାଣପୁର, ଭଦ୍ରକ ଜିଲ୍ଲାର ବାସୁଦେବପୁର, ଅନୁଗୁଳ ଜିଲ୍ଲାର ତାଳଚେର, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, କଟକ ଜିଲ୍ଲାର ବାଙ୍କି ଓ କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗୋଟିଏ ଲେଖାଏଁ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26 ° C
    26 °
    26 °
    79 %
    1.4kmh
    100 %
    Mon
    26 °
    Tue
    34 °
    Wed
    33 °
    Thu
    32 °
    Fri
    25 °

    ସମ୍ବନ୍ଧିତ