Tuesday, August 11, 2026
24.2 C
Odisha

    ପୁଣି ପୁରୀ ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ଜବତ, ଗୁଜରାଟର ବିପୂଲ୍ ପଟେଲ ଗିରଫ

    ଆଗକୁ ପଢନ୍ତୁ

    ପୁରୀ : ପୁଣି ପୁରୀ ଶ୍ରୀମନ୍ଦିରରୁ ସ୍ପାଏ କ୍ୟାମେରା ଜବତ । ହିଡେନ କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରେ ଫଟୋ ଉଠାଉଥିବା ଗୁଜରାଟର ବିପୂଲ୍ ପଟେଲ ଗିରଫ । ହିଡେନ କ୍ୟାମେରା ଥିବା ଚଷମା ଓ ମୋବାଇଲ ଫୋନ୍ ଜବତ । ଗିରଫ ବ୍ୟକ୍ତି ପୁରୀର ଏକ ହୋଟେଲରେ ଅବସ୍ଥାନ କରିବା ସହ ହୋଟେଲରେ ଥିବା ମୋବାଇଲ ଫୋନ୍ ଦ୍ଵାରା ହିଡେନ କ୍ୟାମେରା ଅପରେଟ କରିଥିଲେ । ସେ ଅଗଷ୍ଟ ୩ ତାରିଖରୁ ଉକ୍ତ ହୋଟେଲରେ ରହୁଛନ୍ତି । ଆଜି ସିଂହଦ୍ଵାର ଥାନା ସବ ଇନ୍ସପେକ୍ଟର ଓ ଜେଟିପି ପୋଲିସ ତାଙ୍କୁ ଚିହ୍ନଟ କରି ଶ୍ରୀମନ୍ଦିର ସିଂହଦ୍ଵାର ଥାନା ପୋଲିସର ଜିମା ଦେଇଥିଲେ । ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ସିଂହଦ୍ଵାର ଥାନା ପୋଲିସ ସୂଚନା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    92 %
    1.5kmh
    96 %
    Tue
    30 °
    Wed
    30 °
    Thu
    29 °
    Fri
    30 °
    Sat
    29 °

    ସମ୍ବନ୍ଧିତ