ଭୁବନେଶ୍ୱର : ୧୨ ଘଣ୍ଟାରେ ଅବପାତ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ସମୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ସମ୍ଭାବବନା ରହିଛି । ସମ୍ଭାବ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତାକାଲି ଓ ୩ ତାରଖ ସକାଳ ଯାଏଁ ରାଜ୍ୟରେ ବଡ଼ ବର୍ଷା ଏବଂ ପବନ ପ୍ରଭାବ ସମ୍ଭାବନା ରହିଛି । ପ୍ରଭାବରେ ପୂଜା ତୋରଣ ସହ ପେଣ୍ଡାଲ ଗୁଡ଼ିକ ପ୍ରଭାବିତ ହେବା ସମ୍ଭାବନା ରହିଛି ।
ଆସନ୍ତାକାଲି ୭ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ଥିବାରୁ ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ କନ୍ଧାମାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି। ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୪ ତାରିଖ ଯାଏ ବର୍ଷା ଲାଗି ରହିବ । ମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।