Sunday, March 8, 2026
31.2 C
Odisha

    ୧୩ ମାର୍ଚ୍ଚରେ ଅସ୍ତ ହେବେ ଶନି ଦେବତା, ସାଢେସାତେ ଢେୟାରୁ ମୁକ୍ତି ପାଇବେ ଏହି ୪ ରାଶି

    ଆଗକୁ ପଢନ୍ତୁ

    ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବତାଙ୍କୁ ନ୍ୟାୟ ଏବଂ କର୍ମର ଭଗବାନ ବୋଲି ମାନାଯାଏ । ୧୩ ମାର୍ଚ୍ଚ ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ଶନି ଦେବତା ଅସ୍ତ ଅବସ୍ଥାରେ ରହିବେ । ଯେତେବେଳେ କୌଣସି ଗ୍ରହ ଅସ୍ତ ହୋଇଥାଆନ୍ତି ସେମାନଙ୍କ ପ୍ରଭାବ କିଛି ସମୟ ପାଇଁ ଦୁର୍ବଳ ହୋଇଯାଇଥାଏ । ଏହି ସମୟରେ କିଛି ରାଶି ଉପରେ ସକରାତ୍ମକ ପ୍ରଭାବ ପଡିବ ବୋଲି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଶ୍ବାସ କରାଯାଏ । ଖାସ୍ କରି ଯେଉଁମାନଙ୍କ ଉପରେ ଶନି ସାଢେ ସାତେ ଢେୟା ପ୍ରଭାବ ରହିଛି ସେମାନଙ୍କୁ ସାମାନ୍ୟ ଆଶ୍ବସ୍ତି ଅନୁଭବ ହେବ । କେଉଁ ରାଶି ପାଇଁ ଏହି ସମୟ ଅନୁକୂଳ ରହିଛି ତେବେ ଆସନ୍ତୁ ଜାଣିବା ।

    ମେଷ ରାଶି : ମେଷ ରାଶି ପାଇଁ, ଶନିଙ୍କ ଅସ୍ତଗମନ ଏକ ଆଶ୍ୱସ୍ତି ବୋଲି ବିବେଚନା କରାଯାଏ । ସାଢେ ସାତେ ଢେୟାର ଚାପ ସାମନ୍ୟ କମ୍ ହୋଇପାରେ । ଖର୍ଚ୍ଚ ନିୟନ୍ତ୍ରଣରେ ରହିବ ଏବଂ ଆପଣଙ୍କ ଆର୍ଥିକ ସ୍ଥିତି ଧୀରେ ଧୀରେ ଉନ୍ନତ ହେବ । ଦୀର୍ଘଦିନ ଧରି ଅଟକି ରହିଥିବା ପ୍ରକଳ୍ପଗୁଡିକ ଏବେ ଆରମ୍ଭ ହୋଇପାରେ । ସ୍ବାସ୍ଥ୍ୟ ସହିତ ଜଡିତ ସମସ୍ୟା କମ୍ ଦେଖିବାକୁ ମିଳିପାରେ । ବିଦେଶ ସହିତ ଜଡିତ କାମରେ ସଫଳତା ମିଳିବ ।

    ବିଛା ରାଶି : ବିଛା ରାଶିଙ୍କ ପାଇଁ ଏହି ସମୟ ଅନୁକୂଳ ପ୍ରମାଣିତ ହୋଇପାରେ । ଅଧିକ ଦିନ ଧରି ରହିଯାଇଥିବା କାମ ଧୀରେ ଧୀରେ ପୁରା ହେବ । ଚାକିରି ଏବଂ ବ୍ୟବସାୟରେ ଉନ୍ନତିର ସୁଯୋଗ ଆସିପାରେ। ଆପଣଙ୍କ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମ ସକାରାତ୍ମକ ଫଳାଫଳ ଦେଇପାରେ ଏବଂ ଏକ ବଡ଼ ଚୁକ୍ତି କିମ୍ବା ନୂତନ ପ୍ରକଳ୍ପର ସମ୍ଭାବନା ସୃଷ୍ଟି ହୋଇପାରେ ।

    ଧନୁ ରାଶି : ଧନୁ ରାଶିର ଲୋକଙ୍କ ପାଇଁ ଏହି ସମୟ ଶନି ଢେୟାରୁ ମୁକ୍ତି ମିଳିବ । କ୍ୟାରିଅରରେ ଉନ୍ନତି ହେବା ସହିତ ଆଗକୁ ବଢିବାର ସୁଯୋଗ ମଧ୍ୟ ମିଳିବ । ଏହା ସହିତ ଅଟକି ରହିଥିବା କାମ ପୂରା ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ ଏବଂ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ । ଏହି ସମୟ ଆପଣଙ୍କ ପାଇଁ ଧୀରେ ଧୀରେ ସକରାତ୍ମକ ପରିବର୍ତ୍ତନ ଆଣିବ ।

    କୁମ୍ଭ ରାଶି : କୁମ୍ଭ ରାଶିଙ୍କ ପାଇଁ ଏହି ସମୟ ଲାଭଦାୟକ ହେବ । ସାଢେସାତେର ପ୍ରଭାବରୁ କିଛି ସମୟ ପାଇଁ ମୁକ୍ତି ମିଳିବ । କଷ୍ଟର ଭଲ ଫଳାଫଳ ମିଳିବାର ସମ୍ଭାବନା ରହିବ । ଏଥିସହିତ ନୂଆ ଉତ୍ସ ମଧ୍ୟ ମିଳିପାରେ । ସମ୍ପତ୍ତି ସହିତ ଜଡିତ ମାମଲାରୁ ଫାଇଦା ମିଳିବାର ଯୋଗ ରହିଛି । ଏହା ବ୍ୟତୀତ ବିଦେଶ ସହିତ ଜଡିତ କାମରେ ମଧ୍ୟ ସକରାତ୍କମ ପରିଣାମ ମିଳିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.2 ° C
    31.2 °
    31.2 °
    42 %
    1.2kmh
    0 %
    Sun
    36 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ