Friday, April 3, 2026
39 C
Odisha

    ୧୪ ଦିନ ପରେ ପରସ୍ପରଙ୍କୁ ଦେଖିଲେ ଅପରାଧୀ ପ୍ରେମୀଯୁଗଳ

    ଆଗକୁ ପଢନ୍ତୁ

    ମିରଟ:  ମିରଟର ବହୁଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ପରେ ହତ୍ୟାକାରୀ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲ ଏବେ ଜେଲ୍‌ରେ ବନ୍ଦୀ ଅଛନ୍ତି। ଖବର ରହିଛି ଯେ ସେମାନଙ୍କର ନ୍ୟାୟିକ ହେପାଜତ୍‌ ଆହୁରି ଅଧିକ ଦିନ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେମାନଙ୍କୁ ଆହୁରି ୧୪ ଦିନ ଜେଲ୍‌ରେ ରହିବାକୁ ପଡ଼ିବ। ଏପ୍ରିଲ୍‌ ୧୫ ତାରିଖରେ ସେମାନଙ୍କର କୋର୍ଟରେ ଆଗାମୀ ଶୁଣାଣି ଅଛି। ଜାଣିବାକୁ ମିଳିଛି ଯେ ଏହି ପ୍ରେମୀ ଯୁଗଳ ଦୀର୍ଘ ୧୪ ଦିନ ପରେ ଜଣେ ଜଣଙ୍କୁ ଦେଖିଛନ୍ତି। ଆଜି ମୁସ୍କାନ ଓ ସାହିଲ୍‌ ଭିଡିଓ କନ୍‌ଫ‌ରେନ୍ସ ଜରିଆରେ ପରସ୍ପରଙ୍କୁ ଦେଖିଛନ୍ତି।

    ଉତ୍ତରପ୍ରଦେଶର ମିରଟରେ ଘଟିଥିବା ସୌରଭ ରାଜପୁତଙ୍କ ହତ୍ୟା ମାମଲା ସାରା ଦେଶକୁ ଥରାଇ ଦେଇଛି। ସୌରଭଙ୍କ ପତ୍ନୀ ମୁସ୍କାନ ଏବଂ ତାଙ୍କ ପ୍ରେମିକ ସାହିଲ ଯେଉଁଭଳି ଭାବରେ ସୌରଭଙ୍କ ହତ୍ୟା କରିଛନ୍ତି ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କୌଣସି ସ୍ତ୍ରୀ କ’ଣ ସ୍ବାମୀଙ୍କୁ ଏଭଳି ହତ୍ୟା କରିପାରେ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ମୁସ୍କାନ ଏବଂ ସାହିଲ ଅନେକ ଦିନ ଧରି ସୌରଭଙ୍କ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଯେଉଁ ଡ୍ରମରେ ମୁସ୍କାନ ସ୍ବାମୀ ସୌରଭଙ୍କ ମୃତଦେହ ପୋତିଥିଲେ। ସେହି ଡ୍ରମରେ ସେ ଗଛ ଲଗାଇବାର ଯୋଜନା କରିଥିଲେ।

    ପୁଲିସ ସାମ୍ନାରେ ମୁସ୍କାନ ନିଜର ଦୋଷ ସ୍ବୀକାର କରି କହିଛନ୍ତି, ‘ଯୋଜନା ଥିଲା ସୌରଭଙ୍କ ହତ୍ୟାପରେ ଡ୍ରମରେ ମୃତଦେହ ରଖି ତା’ ଉପରେ ମାଟି ପକାଇ ଗଛ ଲଗାଇବି। କିନ୍ତୁ, ଡ୍ରମରୁ ସୌରଭଙ୍କ ମୃତଦେହର ଗନ୍ଧ ବାହାରୁଥିବା ଭୟରେ ମୁଁ ସେଥିରେ ସିମେଣ୍ଟ ଢାଳି ସିଲ୍ କରିଦେଇଥିଲି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ