Thursday, January 8, 2026
18.9 C
Odisha

    ୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି

    ଆଗକୁ ପଢନ୍ତୁ

    ଚାନ୍ଦବାଲି : ଚାନ୍ଦବାଲିରେ ମଇଁଷି ମଡ଼କ । ୧୫ ଦିନରେ ମଲେଣି ଶହେରୁ ଅଧିକ ମଇଁଷି । ଗାଁରେ ପହଁଞ୍ଚି ଚିକିତ୍ସା ଆରମ୍ଭ କଲା ପଶୁ ସମ୍ପଦ ବିଭାଗ । ଭଦ୍ରକ ଜିଲା, ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଓ ଖଟୁଆପାଟଣା ଗାଁରେ ଦେଖିବାକୁ ମିଳିଛି ମଇଁଷି ମଡକ । ଗତ ୧୫ ଦିନ ମଧ୍ୟରେ ଦୋହରା ଓ ଖଟୁଆପାଟଣା ଗାଁରେ ଅଜଣା ରୋଗରେ ଶହେରୁ ଅଧିକ ମଇଁଷି ମୃତ୍ୟୁ ହୋଇଥିବା ଗୋପାଳକ ଅଭିଯୋଗ କରିଛନ୍ତି । ଏନେଇ ଗୋପାଳକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

    ଏଭଳି ସମସ୍ୟା ସମ୍ପର୍କରେ ଚାଷୀ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରଙ୍କ ପକ୍ଷରୁ ମଇଁଷିଙ୍କ ମୃତ୍ୟୁର କାରଣ ଖୋଜିବା ସହ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ଗାଁରେ ପଶୁ ସମ୍ପଦ ବିଭାଗର ଏକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ତୁରନ୍ତ ପଦକ୍ଷେପ ନେବା ଲାଗି ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.9 ° C
    18.9 °
    18.9 °
    25 %
    0.2kmh
    2 %
    Thu
    26 °
    Fri
    26 °
    Sat
    26 °
    Sun
    27 °
    Mon
    28 °

    ସମ୍ବନ୍ଧିତ