Wednesday, April 15, 2026
34.3 C
Odisha

    ୨ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨ଦିନିଆ ଓଡ଼ିଶା ଗସ୍ତ ସାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଫେରିଛନ୍ତି। ସେ ସକାଳ ୯ଟା ବେଳେ ରାଜଭବନରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।ସୂଚନାଯୋଗ୍ୟ, ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ସ୍ବାଗତ କରିଥିଲେ। ଏହାପରେ ରାଷ୍ଟ୍ରପତି କଣ୍ଟିଲୋ ନୀଳମାଧବ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। କଣ୍ଟିଲୋସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ ନେବା ପରେ ଅପରାହ୍ଣ ୩ଟା ୫ ମିନିଟ୍ରେ ନୀଳମାଧବ ମନ୍ଦିର ଦର୍ଶନ କରିଥିଲେ। ଅପରାହ୍ଣ ୩ଟା ୩୫ ମିନିଟ୍ରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନ୍ର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ପୀଠରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଭାପୁର ବ୍ଲକ୍ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। ଆୟୋଜିତ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ, ହଜାର ହଜାର ବର୍ଷ ତଳର ଶବର ପଲ୍ଲୀର ଅସ୍ତିତ୍ବ ଆଜି ବି ଉଜ୍ଜୀବିତ ରହିଛି। ଏଠାରେ ବିଶ୍ବାବସୁ ଜଗନ୍ନାଥଙ୍କୁ ନୀଳମାଧବ ରୂପେ ପୂଜା କରୁଥିଲେ। ମାତ୍ର ଏହି ସ୍ଥାନକୁ ଯେତିକି ଗୁରୁତ୍ବ ମିଳିବା କଥା, ତାହା ମିଳିନାହିଁ ବୋଲି ଅନୁଭବ ହେଉଛି। ନୀଳମାଧବ ମନ୍ଦିରକୁ ଦର୍ଶନ ପାଇଁ ଯିବାବେଳେ ଜଣେ ବି ବିଶ୍ବାବସୁ ସମ୍ପ୍ରଦାୟର ସେବକଙ୍କୁ ସେଠାରେ ଦେଖିବାକୁ ପାଇଲିନି ବୋଲି ରାଷ୍ଟ୍ରପତି କହିଥିଲେ। ନୀଳମାଧବ ପୀଠ ଓ କାଳିଆପଲ୍ଲୀର ଭିତ୍ତିଭୂମି ବିକାଶ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବ। ପର୍ଯ୍ୟଟନର ବିକାଶ ହେଲେ ଏ ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ।

    ଅନ୍ୟମାନଙ୍କ ମଧ୍ୟରେ ବାଚସ୍ପତି ସୁରମା ପାଢ଼ୀ, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଭାରତୀୟ ବିଶ୍ୱାବସୁ ଶବର ସମାଜ ଫାଉଣ୍ଡେସନ୍‌ର ସଭାପତି ହୃଷୀକେଶ ଦେହୁରୀ, ସମ୍ପାଦକ ବୈଷ୍ଣବ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ଅପରାହ୍ନ ୨ଟା ୨୫ ମିନିଟରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଷ୍ଟ୍ରପତି କଣ୍ଟିଲୋ ପଲଟନ୍‌ ପଡ଼ିଆରେ ପହଞ୍ଚିବା ପରେ ପୂର୍ତ୍ତବିଭାଗ ଡାକ ବଙ୍ଗଳାକୁ ଯାଇ କିଛି ସମୟ ବିଶ୍ରାମ ନେଇଥିଲେ। ନୀଳମାଧବ ପୂଜକ ସଂଘ ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ସହିତ ମହାମହିମ୍‌ ମନ୍ଦିର ଭିତରକାଠ ନିକଟରେ ପ୍ରଭୁ ନୀଳମାଧବଙ୍କ ସ୍ୱତନ୍ତ୍ର ଚନ୍ଦନ ବେଶ ଦର୍ଶନ କରିଥିଲେ। ଏହା ପରେ ରାଷ୍ଟ୍ରପତି ସଡ଼କ ପଥ ଦେଇ ପ୍ରାୟ ୫ କିମି ଦୂରରେ ଥିବା ଶବର ରାଜା ବିଶ୍ୱାବସୁଙ୍କ ପୀଠ କାଳିଆପଲ୍ଲୀ ଅଭିମୁଖେ ଯାଇଥିଲେ।

    ଏହାପରେ ଭୁବନେଶ୍ବର ଫେରି ରାଜଭବନରେ ରାତ୍ରିଯାପନ କରିଥିଲେ। ୨୫ତାରିଖ ସକାଳେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    34.3 ° C
    34.3 °
    34.3 °
    19 %
    0.8kmh
    28 %
    Wed
    36 °
    Thu
    43 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ