Saturday, October 10, 2026
29.2 C
Odisha

    ୨୦୨୬ ପାଇଁ ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ପାଇବେ ଯୁବକବି ଯୀଶୁ କ୍ରିଷ୍ଣ ଦାସ

    ଆଗକୁ ପଢନ୍ତୁ

    ବାଲେଶ୍ୱର  : ବିଶିଷ୍ଟ କବି ଚନ୍ଦ୍ରକୁମାର ମହାନ୍ତିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଗଠିତ ଚନ୍ଦ୍ରକୁମାର ମହାନ୍ତି ସ୍ମୃତି କମିଟି ପକ୍ଷରୁ ଏହାର ଦଶମ ବାର୍ଷିକ ସ୍ମୃତି ସମାରୋହ ଆସନ୍ତା ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ୬.୩୦ରେ ଆତିଥ୍ୟ ଭବନଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୦୨୬ ବର୍ଷ ପାଇଁ ପ୍ରଦାନ କରାଯିବାକୁ ଥିବା ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ଯୁବକବି ଯୀଶୁ କ୍ରିଷ୍ଣ ଦାସଙ୍କୁ ପ୍ରଦାନ କରାଯିବ ବୋଲି ସ୍ମୃତି କମିଟି ପକ୍ଷରୁ ଘୋଷଣା କରାଯାଇଛି।

    ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ସ୍ମୃତି ଉତ୍ସବ ମାଧ୍ୟମରେ ପ୍ରତିବର୍ଷ ଓଡ଼ିଆ କବିତା କ୍ଷେତ୍ରରେ ଉଲ୍ଲେଖନୀୟ ସର୍ଜନାତ୍ମକ ଅବଦାନ ରଖୁଥିବା ଜଣେ କବିଙ୍କୁ ଚୟନ କରି ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ରେ ସମ୍ମାନିତ କରାଯାଉଛି। ଚଳିତ ବର୍ଷର ମନୋନୀତ ପ୍ରତିଭା ଯୀଶୁ କ୍ରିଷ୍ଣ ଦାସ ଓଡ଼ିଆ କବିତା ଜଗତରେ ନିଜସ୍ୱ ସୃଜନଶୀଳତା ଓ କାବ୍ୟଭାବନା ପାଇଁ ବେଶ୍ ପରିଚିତ।

    ଦଶମ ସ୍ମୃତି ସମାରୋହରେ ପୁରସ୍କୃତ କବି ଯୀଶୁ କ୍ରିଷ୍ଣ ଦାସଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯିବ। ଏହି ସାହିତ୍ୟ ସମାରୋହରେ ବିଶିଷ୍ଟ ଲେଖକ ଡକ୍ଟର ଗୌରହରି ଦାସ ଏବଂ ବିଶିଷ୍ଟ କବି ଧନଞ୍ଜୟ ସ୍ୱାଇଁ ସମ୍ମାନନୀୟ ଅତିଥି ଭାବେ ଯୋଗଦେବାକୁ ସଦୟ ସ୍ଵୀକୃତି ପ୍ରଦାନ କରିଛନ୍ତି। ଏହି ସ୍ମୃତି ସମାରୋହରେ ସାହିତ୍ୟିକ ଆଲୋଚନା ଓ ଚନ୍ଦ୍ର କୁମାରଙ୍କ କବିତାକୁ କେନ୍ଦ୍ର କରି ବିଭିନ୍ନ କାର୍ଯ୍ୟକ୍ରମ ରହିବ। ଏହି ଅବସରରେ ଇଂରାଜୀ ଭାଷାରେ କବିତା ରଚନା କରୁଥିବା ନବପ୍ରଜନ୍ମର କବି ଦ୍ୟୁତି ମହାନ୍ତିଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ଏ ସ୍ମାଇଲିଙ୍ଗ୍ ପେନ୍’ ମଧ୍ୟ ଉନ୍ମୋଚିତ ହେବ। ଓଡ଼ିଆ ସାହିତ୍ୟର ଏକ ସମୃଦ୍ଧ ପରମ୍ପରା ମଧ୍ୟରେ ନୂଆ ପିଢ଼ିର ସୃଜନଶୀଳ ସ୍ୱରକୁ ସାମ୍ନାକୁ ଆଣିବାରେ ଏହି ପୁସ୍ତକ ଉନ୍ମୋଚନ ଅବସର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗସୂତ୍ର ହେବ।

    ସ୍ମୃତି କମିଟି ପକ୍ଷରୁ କୃଷ୍ଣ କୁମାର ମହାନ୍ତି ଓ ଉତ୍ପଳ ମହାନ୍ତି ସାହିତ୍ୟପ୍ରେମୀ, କବି, ଲେଖକ ଓ ପାଠକମାନଙ୍କୁ ଏହି ଦଶମ ସ୍ମୃତି ସମାରୋହରେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ