Sunday, April 5, 2026
27.8 C
Odisha

    ୨୩ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଉଡ଼ାଣ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜର ୨୩ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଛାଡ଼ିଛନ୍ତି। ମସ୍କୋରେ ପହଞ୍ଚି ସେ ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ୍‌ କରିବେ। ୫ ବର୍ଷ ମଧ୍ୟରେ ଏହା ମୋଦୀଙ୍କର ପ୍ରଥମ ରୁଷ୍‌ ଗସ୍ତ।ମୋଦି ପ୍ରଥମେ ରୁଷ୍‌ରେ ପହଞ୍ଚିବା ପରେ ଜୁଲାଇ ୯ ତାରିଖରେ ଅଷ୍ଟ୍ରିୟା ଅଭିମୂଖେ ଯାତ୍ରା କରିବେ।୪୦ ବର୍ଷ ମଧ୍ୟରେ ଅଷ୍ଟ୍ରିଆକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ସେ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବେ ଏବଂ ଅଷ୍ଟ୍ରିଆର ଚାନ୍ସେଲର କାର୍ଲ ନେହାମର୍ଙ୍କ ସହ ମଧ୍ୟ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ଏବଂ ଚାନ୍ସେଲର ମଧ୍ୟ ଭାରତ ଏବଂ ଅଷ୍ଟ୍ରିଆର ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିବେ। ପୂର୍ବରୁ ମୋଦୀ କେବେ ଅଷ୍ଟ୍ରିଆ ଯାଇନଥିଲେ।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଅଷ୍ଟ୍ର୍ରିଆ ଗସ୍ତକୁ ନେଇ ଚାନସେଲର କାର୍ଲ ନେହାମର କହିଛନ୍ତି “୪୦ ବର୍ଷ ମଧ୍ୟରେ ଭାରତର କୌଣସି ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ଏହା ଏକ ସ୍ୱତନ୍ତ୍ର ସମ୍ମାନ ଏବଂ ଭାରତ ସହ ଅଷ୍ଟ୍ରିଆର କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ୭୫ ବର୍ଷ ପାଳନ ଅବସରରେ ଏହି ଗସ୍ତ ମଧ୍ୟ ଏକ ମାଇଲଖୁଣ୍ଟ” । ଏହାର ଉତ୍ତରରେ ମୋଦୀ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବା ସହ ସହଯୋଗର ନୂତନ ସମ୍ଭାବନା ଖୋଜିବା ଉଦ୍ଦେଶ୍ୟରେ ଆଗାମୀ ଦିନର ଆଲୋଚନାକୁ ମୁଁ ଅପେକ୍ଷା କରିଛି । ଲୋକତନ୍ତ୍ରର ମୂଲ୍ୟବୋଧ, ସ୍ୱାଧୀନତା ଏବଂ ଆଇନର ଶାସନକୁ ଆଧାର କରି ଆମେ ଆମର ନୂତନ ଗୁଢ଼ ସମ୍ପର୍କ ଗଢ଼ି ତୋଳିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.8 ° C
    27.8 °
    27.8 °
    45 %
    2kmh
    99 %
    Sat
    27 °
    Sun
    36 °
    Mon
    38 °
    Tue
    37 °
    Wed
    38 °

    ସମ୍ବନ୍ଧିତ