Friday, April 3, 2026
39 C
Odisha

    ୨୪୦୦ଗ୍ରାମ୍ ସୁନା ସହ ୭୦ଲକ୍ଷର କାର୍ ମିଳିବା ପରେ ବି ଶାଶୁ ଘରେ ଭୋଗୁଥିଲେ ନିର୍ଯାତନା, ଜୀବନ ହାରିଲେ ମହିଳା

    ଆଗକୁ ପଢନ୍ତୁ

    ତିରୁପ୍ପୁର: କୋଟି କୋଟି ଟଙ୍କାର ସୁନା ଗହଣା ନେଇ ବି ଶାନ୍ତି ହେଲାନି ମନ। ଅଧିକ ପାଇବାର ଲୋଭ ଉଜାଡ଼ିଦେଲା ପରିବାର। ପୁଣି‌ ଯୌତୁକ ନିଆଁରେ ଜଳିଲେ ଆଉ ଜଣେ ମହିଳା। ଘଟଣାଟି ଘଟିଛି ତାମିଲନାଡୁର ତିରୁପ୍ପୁରରେ। ମହିଳାଙ୍କ ବିବାହ ଏପ୍ରିଲ ୧୧, ୨୦୨୫ରେ ହୋଇଥିଲା। ବିବାହରେ କୋଟି କୋଟି ଟଙ୍କାର ଗହଣା ଓ କାର୍ ଦେଇଥିଲେ ପରିବାର। ହେ‌ଲେ ଶାଶୁଘର ଲୋକଙ୍କର ସେତିକିରେ ମନ ମାନିନଥିଲା। ଅଧିକ ଆଣିବାର ଲୋଭ ତାଙ୍କୁ ଅପରାଧ କରାଇବା ଆରମ୍ଭ କରିଥିଲା। ୨ମାସ ଧରି ସେ ପୀଡ଼ିତାଙ୍କ ଉପରେ ବିଭିନ୍ନ ପ୍ରକାରର ଅତ୍ୟାଚାର କରିବା ପରେ ପୀଡ଼ିତା ଏବେ ଜୀବନ ହାରିଥିବା ଜଣାଯାଇଛି। ମୃତକଙ୍କ ନାମ ହେଲା ରିତାନ୍ୟା।

    ସୂଚନା ମୁତାବକ, ପୋଷାକ ବ୍ୟବସାୟର ମାଲିକ ଏବଂ ପୂର୍ବତନ ରାଜନୈତିକ ପ୍ରାର୍ଥୀ ଆନ୍ନାଦୁରାଇଙ୍କ ଝିଅ ରିତାନ୍ୟା, କେଭିନ କୁମାର (୨୮)ଙ୍କୁ ୧୧ ଏପ୍ରିଲ୍ ୨୦୨୫ରେ ଖୁବ ଆଡ଼ମ୍ବରରେ ବିବାହ କରିଥିଲେ। ପରିବାର ୨୪୦୦ଗ୍ରାମ ସୁନା, ୭୦ ଲକ୍ଷ ଟଙ୍କାର ଏକ ଭଲଭୋ କାର ଏବଂ ବିବାହ ଭୋଜିରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ସହ ବିବାହ ପରେ ଅତିରିକ୍ତ ୧୬୦୦ଗ୍ରାମ୍ ସୁନା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିବାହର ୧୦ଦିନ ପରେ ରିତାନ୍ୟାଙ୍କ ଉପରେ ୧୬୦୦ଗ୍ରାମ୍ ସୁନା ପାଇଁ ଅତ୍ୟାଚାର ଆରମ୍ଭ ହୋଇଥିଲା। ଛୋଟ ଛୋଟ କଥାରେ ତାଙ୍କୁ ମାଡ଼ ମରାଯାଉଥିବା ବେଳେ ଦିନ ତମାମ ଛିଡ଼ା ହେବାକୁ କୁହାଯାଉଥିଲା। ହେଉଥିବା ଅତ୍ୟାଚାର ବିଷୟରେ କାହାକୁ କହିଲେ ଜୀବନ ହାରିଦେବି ବୋଲି ଧମକ ଦେଉଥିଲେ ସ୍ବାମୀ କେଭିନ୍। ୨ମାସ ଧରି ଏଭଳି ଅତ୍ୟାଚାର ସହିବା ପରେ ଶନିବାର ରିତାନ୍ୟା ବିଷ ପିଇ ଜୀବନ ହାରିଥିଲେ। ମନ୍ଦିର ଯାଇଥିବା ବେଳେ ସେ ନିଜ କାର୍ ଭିତରେ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଜୀବନ ହାରିବା ପୂର୍ବରୁ ସେ ନିଜ ବାପାଙ୍କୁ ହ୍ବାସଆପ୍ ଭଏସ୍ ମେସେଜ୍ ପଠାଇ ତାଙ୍କ ସହ ହେଉଥିବା ଅତ୍ୟାଚାର ବିଷୟରେ ଜଣାଇଥିବା ସାମ୍ନକୁ ଆସିଛି।

    ଏହି ଘଟଣା ପରେ ପୁଲିସ ରିତାନ୍ୟାଙ୍କ ଶାଶୁ-ଶଶୁର ଓ ସ୍ବାମୀଙ୍କୁ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ