Wednesday, March 4, 2026
24.6 C
Odisha

    ୩ ଆଇଏଏସ୍ ଅଧିକାରୀଙ୍କୁ ପଦୋନ୍ନତି

    ଆଗକୁ ପଢନ୍ତୁ

    ଗତକାଲି ରାଜ୍ୟ ସରକାର ୧୦ ଜଣ ଆଇଏଏସ୍ ଅଧିକାରୀଙ୍କୁ ନୂଆବର୍ଷ ଭେଟି ଭାବେ ପଦୋନ୍ନତି ଦେଇଥିବା ବେଳେ ଆଜି ପୁଣି ଆଉ ୩ ଜଣ ଆଇଏଏସଙ୍କୁ ପଦୋନ୍ନତି ଦେଇଛନ୍ତି । ଏହି କ୍ରମରେ ସିଇଓ ଥିବା ଆଇଏଏସ ଆର.ସନ୍ଥଗୋପାଳନଙ୍କୁ ପଦୋନ୍ନତି ମିଳିଛି । ଡେପୁଟେସନରେ ଥିବା ଆଇଏଏସ ଶାଳିନୀ ପଣ୍ଡିତଙ୍କୁ ବି ପଦୋନ୍ନତି ମିଳିଛି । ଏହାସହ ପଦନ୍ନୋତି ତାଲିକାରେ ରହିଛନ୍ତି ଡୋଡା ଭେଙ୍କେଟସ୍ୱାମୀ । ଭେଙ୍କେଟସ୍ୱାମୀଙ୍କୁ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ରାଜ୍ୟର ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ବର୍ଷ ଶେଷରେ ପୁରସ୍କାର । ବରିଷ୍ଠ ଆଇପିଏସଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିଛନ୍ତି ରାଜ୍ୟ ସରକାର । ଆଇଜି ଏସ୍‌ ସାଇନିଙ୍କୁ ଅତିରିକ୍ତ ଡିଜି ପାହ୍ୟା, ଆଇପିଏସ୍‌ ମଡକର ସନ୍ଦୀପ ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇପିଏସ୍ ସୁଧାଂଶୁ ଶେଖର ମିଶ୍ରଙ୍କୁ ମଧ୍ୟ ଡିଆଇଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ସେହିପରି ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । କେନ୍ଦ୍ର ଡେପୁଟେସନରେ ଯାଇଥିବା ଶ୍ରୀପ୍ରକାଶ ଆରଙ୍କୁ, ଅନୁପମା ଜେମସ, ଏଲ ଦିବ୍ୟା ଭିଙ୍କୁ ଆଇଜି ପାହ୍ୟା ଦେଇଛନ୍ତି ରାଜ୍ୟ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    21 %
    2.1kmh
    5 %
    Wed
    24 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ