Sunday, September 20, 2026
28.5 C
Odisha

    ୩ ନୂଆ ଏୟାରଲାଇନ୍ସକୁ ସରକାରଙ୍କ ମଞ୍ଜୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦେଶରେ ଚଳାଚଳ କରିବାକୁ ପ୍ରସ୍ତୁତ ହେଉଥିବା ୩ ଏୟାରଲାଇନ୍ସକୁ ଅନୁମତି ପ୍ରଦାନ କରିଛନ୍ତି। ଶଙ୍ଖ ଏୟାର, ଅଲ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ମଞ୍ଜୁରୀ ମିଳିଛି। ଏହା ଦ୍ବାରା ଯାତ୍ରୀଙ୍କ ପାଖରେ ବିକଳ୍ପ ବଢିବା ସହିତ ବିମାନ ସେବାରେ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ସୃଷ୍ଟି ହେବ। ଗତ ସପ୍ତାହରେ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏହି ୩ ଏୟାରଲାଇନ୍ସ ଦଳ ସହ ସାକ୍ଷାତ କରିଥିଲେ। ଶଙ୍ଖ ଏୟାରକୁ ପୂର୍ବରୁ ଏନଓସି ମିଳିସାରିଥିଲା। ତେବେ ହିନ୍ଦ ଏୟାର ଓ ଫ୍ଲାଇଏକ୍ସପ୍ରେସକୁ ଚଳିତ ସପ୍ତାହରେ ଅନୁମତି ପ୍ରଦାନ କରାଯାଇଛି। ଏବେ ଏହି କମ୍ପାନୀମାନେ ଆଗାମୀ କିଛି ପ୍ରକ୍ରିୟା ପୂରା କରିବା ପରେ ବ୍ୟାବସାୟିକ ଉଡାଣ ପାଇଁ ପ୍ରସ୍ତୁତ ହୋଇପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    2.1kmh
    70 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    24 °

    ସମ୍ବନ୍ଧିତ