Monday, April 6, 2026
31.8 C
Odisha

    ୩ ମାଓବାଦୀ ଗିରଫ

    ଆଗକୁ ପଢନ୍ତୁ

    ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତାର ଅପରେସନ ଯୋଗୁ ନକ୍ସଲ ଏବେ ଦୁର୍ବଳ ଓ ଭୟଭୀତ ହେଲେଣି। ଧିରେ ଧିରେ ସଂଗଠନ ଛାଡି ଛାମୁଆ ନେତାମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଥିବା ବେଳେ କିଛି ଗିରଫ ହେଲେଣି। ଏହି କ୍ରମରେ ସୁକମା ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଚିନ୍ତାଗୁମ୍ଫା ଥାନା ଅଞ୍ଚଳର ଅରନପାଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ  କିଛି ସନ୍ଦିଗ୍ଧ ଯବାନଙ୍କୁ ଦେଖି ଲୁଚିବା ଏବଂ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯବାନ ଜଙ୍ଗଲକୁ ଘେରି ୩ ଜଣ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଥିଲେ।

    ଗିରଫ ହୋଇଥିବା ମାଓବାଦୀମାନେ ହେଲେ ବସ୍ତର ଡିଭିଜନ କୃଷି ଟିମର ସଦସ୍ୟ ମଡକମ ନନ୍ଦା(୨୪),ଜନତାନା ସରକାର ସଦସ୍ୟ କାବାସି ଲଖମା(୩୭) ଏବଂ ଡିଏକେ ଏମଏସ ଅଧ୍ୟକ୍ଷ ମଡକମ ନନ୍ଦା(୩୫)।

    ସେମାନଙ୍କ ମଧ୍ୟରୁ କୃଷି କମିଟି ସଦସ୍ୟ ମଡକମ ନନ୍ଦାଙ୍କ ଉପରେ ୨ ଲକ୍ଷ ଟଙ୍କା ଏବଂ ଡିଏକେଏମଏସ ଅଧ୍ୟକ୍ଷ ମଡକମ ନନ୍ଦାଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ପୁଲିସ ଏମାନଙ୍କୁ ଶନିବାର କୋର୍ଟ ଚାଲାଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.8 ° C
    31.8 °
    31.8 °
    38 %
    6kmh
    61 %
    Mon
    30 °
    Tue
    37 °
    Wed
    39 °
    Thu
    39 °
    Fri
    39 °

    ସମ୍ବନ୍ଧିତ