Wednesday, April 8, 2026
24.2 C
Odisha

    ୪୭ ଛକରେ ବିଡିଏ କରିବ ଏଡ୍‌‌ ପୋଷ୍ଟ : ଖରା-ବର୍ଷାରୁ ଟ୍ରାଫିକ୍‌‌ ପୁଲିସଙ୍କୁ ମିଳିବ ତ୍ରାହି

    ଆଗକୁ ପଢନ୍ତୁ

    ଡହ ଡହ ଖରା ହେଉ କି କାଳବୈଶାଖୀ ବର୍ଷା ଅଥବା ହାଡ଼ ଭଙ୍ଗା ଶୀତ ସବୁବେଳେ ଟ୍ରାଫିକ୍‌‌ ପୁଲିସମାନେ ଟ୍ରାଫିକ୍‌‌ ପୋଷ୍ଟରେ ଛିଡ଼ା ହୋଇଥା’ନ୍ତି। ବିଶେଷକରି ୪୦ଡିଗ୍ରୀ ଖରାରେ ଯେତେବେଳେ ଲୋକେ ଘରୁ ବାହାରିପାରି ନ ଥାନ୍ତି, ଟ୍ରାଫିକ୍‌‌ କର୍ମଚାରୀ ରାଜଧାନୀର ରାଜରାସ୍ତାରେ ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ସମ୍ପନ୍ନ କରିଥା’ନ୍ତି। ସେମାନଙ୍କ ପାଇଁ ଟ୍ରାଫିକ୍‌‌ ପୋଷ୍ଟ ବ୍ୟତୀତ ମୁଣ୍ଡ ଗୁଞ୍ଜିବା ପାଇଁ ଅନ୍ୟ କେଉଁଠି ରାହା ଟିକିଏ ନ ଥାଏ। ତେଣୁ ଅନେକ ସମୟରେ କାର୍ଯ୍ୟରତ ଟ୍ରାଫିକ୍‌‌ କନ୍‌‌ଷ୍ଟେବଳମାନଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜଧାନୀରେ ଟ୍ରାଫିକ୍‌‌ ପୁଲିସଙ୍କ ପାଇଁ ନିର୍ମାଣ ହେବ ଦହାୟତା କେନ୍ଦ୍ର ବା ଏଡ୍‌‌ ପୋଷ୍ଟ। ସେଠାରେ ସେମାନଙ୍କର ସାମୟିକ ଆରାମ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ। ଫଳସ୍ୱରୂପ ଡ୍ୟୁଟି ସମୟରେ ଫାଙ୍କା ସମୟ ପାଇଲେ ସେମାନେ ଆରାମ କରିପାରିବେ। ବିଡିଏ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

    ସୂଚନାନୁସାରେ, ବର୍ତ୍ତମାନ ବାଣୀବିହାର, ଆଚାର୍ଯ୍ୟ ବିହାର, ପଟିଆ ଆଦି ପ୍ରମୁଖ ଛକଗୁଡ଼ିକରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ ୪୭ଟି ଗୁରୁତ୍ୱପୂର୍ଣ୍ଣ ଛକରେ ନିର୍ମାଣ ହେବ। ଏହି ପୋଷ୍ଟରେ ଟ୍ରାଫିକ୍‌‌ କର୍ମଚାରୀଙ୍କୁ ଛାତ ସହ ପୋଷାକ ପରିବର୍ତ୍ତନ କରିବା ପାଇଁ ସୁବିଧା ମିଳିବ। ଡ୍ୟୁଟି ପରିବର୍ତ୍ତନ ସମୟରେ ବିଶ୍ରାମ କରିବା ପାଇଁ ଏହା ସେମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିବ। ଏହି ପୋଷ୍ଟ ଯୋଗୁଁ ସେମାନେ ବିଶ୍ରାମ ନେଇ କରିପାରିବେ। ଫଳସ୍ୱରୂପ ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧିପାଇବ ବୋଲି କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ