Tuesday, June 17, 2025
25.2 C
Odisha

    ୫ ବିଭାଗର ୯୬୪ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଲୋକଙ୍କ ସରକାର ନିରନ୍ତର ପ୍ରୟାସ କରୁଛନ୍ତି ।  ଗତ ଏକ ବର୍ଷ ଭିତରେ ୯ଟି ପର୍ଯ୍ୟାୟରେ ପ୍ରାୟ ୨୮,୦୦୦ରୁ ଅଧିକ  ପଦବୀ ପୂରଣ କରାଯାଇଥିବା ବେଳେ  ସୋମବାର  ନିଯୁକ୍ତି ମେଳାରେ ଏକକାଳୀନ ୫ ବିଭାଗର ୯୬୪ ଜଣଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

    ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମେ ୫ ଟି ବିଭାଗରେ ଏକକାଳୀନ ୯୬୪ ଜଣଙ୍କୁ ନିଯୁକ୍ତି ଦେଇଛୁ । ସମସ୍ତ ନବନିଯୁକ୍ତଙ୍କୁ ମୋର ଅଭିନନ୍ଦନ । ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା, ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କର ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଆପଣମାନେ ସମସ୍ତେ କାମ କରିବେ ବୋଲି ମୋର ବିଶ୍ୱାସ ।

    ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନମଙ୍ଗଳ ଉପରେ ଯେପରି ଆଧାରିତ ହେବ, ସେଥିପ୍ରତି ଆପଣମାନେ ଯତ୍ନବାନ ହେବେ ବୋଲି ମୋର ଆଶା । ଆପଣମାନେ ବୃତ୍ତିଗତ ଦକ୍ଷତା ଓ ହୃଦୟର ସହ ଲୋକଙ୍କ ସେବା କରି ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଭାଗୀଦାର ହେବେ ବୋଲି ମୁଁ ଆସ୍ଥା ପ୍ରକଟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଯୁବଶକ୍ତି ହେଉଛନ୍ତି ଆମ ବିକାଶ ରଥର ସାରଥି । ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜକଲ୍ୟାଣରେ ଉପଯୋଗ କରିବା ପାଇଁ ଆମେ ପ୍ରାଧାନ୍ୟ ଦେଉଛୁ । ଆମ ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦେଉଛି ।ଦାୟିତ୍ୱକୁ ଆସିବା ପରେ ଆମେ ଲକ୍ଷ୍ୟ କଲୁ ଯେ ସରକାରୀ ସ୍ତରରେ ବିଭିନ୍ନ କ୍ଷେତ୍ରରେ ବହୁ ପଦବୀ ଖାଲି ପଡ଼ିଛି। ସେଥିପାଇଁ ମୁଁ ନିଜେ ଏ ବର୍ଷର ପ୍ରଥମ ଦିନରେ ଅର୍ଥାତ ୧ ଜାନୁୟାରୀ ୨୦୨୫ ଦିନ ସବୁ ଚୟନ ସଂସ୍ଥାର ମୁଖ୍ୟ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲି ।ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲି । ଏ ଦିଗରେ ଆମର ଉଦ୍ୟମ ଅବ୍ୟାହତ ରହିଛି । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ଆମର ଲକ୍ଷ୍ୟ ଥିଲା । ପ୍ରଥମ ବର୍ଷରେ ଆମେ ୯ଟି ପର୍ଯ୍ୟାୟରେ ପ୍ରାୟ ୨୮,୦୦୦ ରୁ ଅଧିକ ପଦବୀ ପୂରଣ କରିଛୁ । ଦ୍ଵିତୀୟ ବର୍ଷରେ ପ୍ରାୟ ୪୦,୦୦୦ ପଦବୀ ପୂରଣ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    2.2kmh
    100 %
    Mon
    25 °
    Tue
    27 °
    Wed
    27 °
    Thu
    29 °
    Fri
    30 °

    ସମ୍ବନ୍ଧିତ