Thursday, December 26, 2024
18.2 C
Odisha

    ୫ ମାସର ଶିଶୁକନ୍ୟାକୁ ଉଦ୍ଧାର କଲେ ରାଜ୍ୟ ମହିଳା ଓ ଶିଶୁଵିକାଶ ଅଧିକାରୀ

    ଆଗକୁ ପଢନ୍ତୁ

    ପିପିଲି: ଗୋଟିଏ ୫ ମାସର ପିଲା ଲାଗି ଚାଲିଛି ହଟ୍ଟଗୋଳ । ଝିଅଟିକୁ କାଖରେ ଧରି ମହିଳା ଜଣକ କହୁଛନ୍ତି ପିଲାଟିକୁ ମୁଁ ଆଣିଛି । ମୁଁ ତା ମା’ ହୋଇ ତାକୁ ପାଳିବି । ମୋତେ ତା ବାପା ମା’ ଦେଇଛନ୍ତି । ମୋର ଦୁଇଟି ପୁଅ ଥିଲେ ଏ ଗୋଟେ ଝିଅ, ମୁଁ ୟାକୁ ପାଳିପୋଷି ବଡ଼ କରିବି । ତା ପାଟିରୁ ମା’ ଡାକ ଶୁଣିବାକୁ ଚାହୁଁଛି । … ହେଲେ ଆଇନ୍ କହୁଛି ଅଲଗା କଥା । ତେଣୁ ସମସ୍ୟାରେ ପଡ଼ି ଯାଇଛନ୍ତି ମହିଳା ଜଣକ । ଶିଶୁକନ୍ୟାକୁ ଆଇନ୍ ଅନୁଯାୟୀ ପୋଷ୍ୟ ଭାବେ ଗ୍ରହଣ କରିନଥିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ମହିଳାଙ୍କ ଘରୁ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କଲେ ଚାଇଲଡ଼ ହେଲ୍ପ ଲାଇନ।

    ପୁରୀ ଜିଲ୍ଲା ପିପିଲି ବ୍ଲକ ବରାଗଡ଼ ଗାଁରୁ ଏକ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ଚାଇଲଡ଼ ହେଲ୍ପ ଲାଇନ । ଚାଇଲଡ଼ ହେଲ୍ପ ଲାଇନ ପୁରୀର CWCO, ପିପିଲି CDPO, ପିପିଲି ଥାନା ଅଧିକାରୀ ଏବଂ ରୁଚିକା ହେଲ୍ପ ଲାଇନର କର୍ମକର୍ତ୍ତା ସମସ୍ତେ ପହଞ୍ଚିଥିଲେ ମହିଳାଙ୍କ ଘରେ । ମହିଳାଙ୍କୁ ବୁଝାଇ ଶୁଝାଇ ପିଲାଟିକୁ ଉଦ୍ଧାର କରିଛନ୍ତି ।… ଯାହା ସୂଚନା ରହିଛି, ସେମାନେ ବିଶେଷ ସୂତ୍ରରୁ ଖବର ପାଇଥିଲେ । ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗର ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର ମହାପାତ୍ର ଘଟଣାଟିକୁ ଗୁରୁତ୍ବର ସହ ନେଇ ସ୍ଥାନୀୟ CDPO, ଅଙ୍ଗନବାଡି କର୍ମୀ ଓ ପିପିଲି ଥାନା ସହ ଯୋଗାଯୋଗ କରିଥିଲେ । ସେମାନଙ୍କ ସହାୟତାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି । ଏପଟେ ପିଲାଟିକୁ ଆଣିଥିବା ମହିଳା ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡ଼କ୍ଟର ଅଜିତ କୁମାର ମହାପାତ୍ର ।

    ତେବେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ କରାଯିବ । ଶିଶୁ କନ୍ୟାଟିକୁ କିଏ ବିକ୍ରି କରିଛନ୍ତି ନା ମହିଳା ଜଣକ ଚୋରାଇ ଆଣିଛନ୍ତି । ନା ଶିଶୁ କନ୍ୟାର ମା’ ଙ୍କ ସହମତିରେ ଆଣିଥିଲେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ l କିନ୍ତୁ ଏଠି କହିବା କଥା ଯେ, ଯଦି ଶିଶୁ କନ୍ୟାକୁ ଏଇ ମା’ ଜଣକ ନିଜ ସନ୍ତାନ ଭାବେ ପାଖରେ ରଖିବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଆଇନ୍ ଅନୁଯାୟୀ ଏ ପିଲାକୁ କୋଳକୁ ନେବାକୁ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.2 ° C
    18.2 °
    18.2 °
    98 %
    0.9kmh
    98 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    27 °

    ସମ୍ବନ୍ଧିତ