Saturday, April 19, 2025
28 C
Odisha

    ୬ରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର; ଓଡିଶାରେ ଏଥର, ବିଜେପି ସରକାର । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଭାରତବର୍ଷର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଲକ୍ଷ୍ୟ ଭାରତ ସମେତ ଓଡିଶାରେ ଥିବା ପ୍ରତ୍ୟେକ ଗରିବ ଲୋକ କିଭଳି ଭାବରେ ସଶକ୍ତ ଓ ସକ୍ଷମ ହୋଇପାରିବ । ବିଶେଷ ଭାବେ ଓଡିଶାକୁ ଦେଶର ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ କାର୍ଯ୍ୟରତ । ରାଜ୍ୟରେ ଥିବା ସମସ୍ତ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଚିନ୍ତାପ୍ରକଟ କରିଛନ୍ତି । ଅନ୍ୟ ପଟେ ବିକାଶର ବାଧକ ସାଜିଛି ବିଜୁ ଜନତା ଦଳ । ଆଜି ଓଡିଆ ଅସ୍ମିତା ବିପଦରେ । ଅଣଓଡିଆଙ୍କ ହାତରେ ଓଡିଶାର ଶାସନ ଡୋରୀ । ପ୍ରଧାନମନ୍ତ୍ରୀଙ୍କ ଆଗମନ ଓଡିଶାରେ ସରକାର ପରିବର୍ତନର ପୂର୍ବ ସୂଚନା ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଆଣିବାରେ ସଫଳ ହେବ । ମୋଦିଜୀଙ୍କ ଗସ୍ତକୁ ନେଇ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ବେଶ୍ ଉତ୍ସାହିତ ଅଛନ୍ତି । ନିର୍ବାଚନ ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଆସନ୍ତା ୬ ତାରିଖ ଦିନ ସକାଳ ୧୦ଟାରେ ବ୍ରହ୍ମପୁର ଓ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

    (ବିଜେପି ମିଡିଆ ସେଲ୍‌)

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    53 %
    1.2kmh
    0 %
    Sat
    42 °
    Sun
    43 °
    Mon
    43 °
    Tue
    43 °
    Wed
    45 °

    ସମ୍ବନ୍ଧିତ