ସୋରଡା : ନା ମୁଣ୍ଡ ଗୁଞ୍ଜିବାକୁ ଛାତ ଖଣ୍ଡେ ଥିଲା । ନା ପେଟକୁ ଦି ଓଳି ଠିକ୍ ରେ ଦୁଇ ମୁଠା ଖାଇବା ମିଳୁଥିଲା । କିନ୍ତୁ ମଣିଷ ବଞ୍ଚିବା ପାଇଁ ମୁଣ୍ଡକୁ ଛାତ ପେଟକୁ ଆହାର ନିହାତି ଦରକାର । ପରିବେଶ ସୁନ୍ଦର ଥିବା ଦରକାର । ହେଲେ ଏମାନଙ୍କ ପାଇଁ ସେସବୁ ଏକ ପ୍ରକାର ସ୍ବପ୍ନ । ତାଙ୍କ ଅସୁବିଧା ଦେଖିଲେ ଆଖିରେ ଲୁହ ଜକେଇ ଆସିବ । ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଏ ଲୋକଙ୍କ ଆଶା ଆଜି ପୂରଣ ହୋଇଛି ।
ଆମେ କହୁଛୁ ସୋରଡା ବିଜ୍ଞାପିତ ପରିଷଦ ମୁଖ୍ୟ ରାସ୍ତା ଉପରେ ରହୁଥିବା ଲୋକଙ୍କ କଥା। ଆଜି ସେମାନଙ୍କ ସ୍ଵପ୍ନ ପୂରଣ ହୋଇଛି । ପକ୍କା ଘର ସହିତ ପାର୍କ ,ମଣ୍ଡପ , ପାଣି ,କରେଣ୍ଟର ସୁବିଧା ମିଳିଛି । ୨୮ ପରିବାର ମୁହଁରେ ଫୁଟିଛି ହସ । ଚାଳକୁଡିଆ, ପାଲ ଟାଣି ଦୀର୍ଘ ୭୦ ବର୍ଷ ହେବ ହରିଜନ ସାହି ଓ ବେଦିରି ସାହିର ୨୮ ପରିବାର ରହୁଥିଲେ । ସେମାନଙ୍କ ଜୀବିକା ହେଲା ବେଦିରି ମାନେ ତାଟ ,କୁଣ୍ଢି ,ସହିତ ବାଉଁଶ ସାମଗ୍ରୀ ତିଆରି କରି ବିକ୍ରି କରିବା । ଏବଂ ହରିଜନ ଲୋକମାନେ ସଫେଇ କାମ ସହିତ ମାଛ ବିକ୍ରି କରି ପରିବାର ପ୍ରତିପୋଷଣ କରିବା । ସେଥିରେ ଦୁଇ ବେଳା ପରିବାରକୁ ଖାଦ୍ୟ ଯୋଗାଇବା କଷ୍ଟ । ରହିବା ପାଇ ଘର ଖଣ୍ଡିଏ କରିବା ମୁସ୍କିଲ ।
ସେଥିପାଇଁ ଦୀର୍ଘ ବର୍ଷ ଧରି କୁଡିଆ କରି ରହୁଥିଲେ । ବହୁ ବର୍ଷ ପରେ ଏନଏସି ପ୍ରଶାସନର ଦୃଷ୍ଟି ପଡିଲା ଏହି ଲୋକଙ୍କ ଉପରେ । ନିଷ୍ପତ୍ତି ହେଲା ଏହି ପରିବାରକୁ ଭଲ ଘର ଖଣ୍ଡିଏ ଦେଇ ଥଇଥାନ କରିବା ନେଇ । ସୋରଡା ସହର ରେ ରହିଥିବା ଏକ ସରକାରୀ ଜାଗା ଉପରେ ଗୃହ ନିର୍ମାଣ କାମ ଆରମ୍ଭ ହେଲା । ପକ୍କା ଘର ସହିତ ଭଲ ରାସ୍ତା , ପାନୀୟ ଜଳ ,ପାର୍କ ,ବୈଠକ ମଣ୍ଡପ ,କରେଣ୍ଟ ବ୍ୟବସ୍ଥା କରାଗଲା । ସେଠିକାର ପରିବେଶ ଦେଖିଲେ ମନେ ହେବ ଯେ କେଉ ବଡ ସହରର ଦୃଶ୍ୟ । ଏହା ସମ୍ଭବ ହୋଇଛି କେବଳ ଏନଏସି ଅଧକ୍ଷ ଶିବ ଶଙ୍କର ପଣ୍ଡା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପ୍ରଚେଷ୍ଟା ରେ ।
ଗତକାଲି ସନ୍ଧ୍ୟା ରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଆଦଶ୍ର କୋଲାଣିକୁ । ୨୮ ପରିବାରକୁ ଘରର ଚାବି କାଠି ସହିତ ପଟ୍ଟା ପ୍ରଦାନ କରିଛନ୍ତି । ତାଙ୍କ ସହିତ ରହିଥିଲେ ସୋରଡା ବିଧାୟକ ନୀଳମଣି ବିଶୋଈ , ଏନଏସି ଅଧକ୍ଷ ଶିବ ଶଙ୍କର ପଣ୍ଡା ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଓ ଅନ୍ୟ କର୍ମଚାରୀ ମାନେ ।