Saturday, November 15, 2025
14.8 C
Odisha

    ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ, ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ

    ଆଗକୁ ପଢନ୍ତୁ

    କଟକ : ୭ ବ୍ଲକ ଡିଇଓଙ୍କ ଦରମା ବନ୍ଦ କଲେ ଜିଲ୍ଲାପାଳ । ମନରେଗା କାମ ତ୍ବରାନ୍ବିତ ନେଇ ଜିଲ୍ଲାପାଳଙ୍କ ଅସନ୍ତୋଷ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଦରମା ବନ୍ଦ କଲେ ଜିଲ୍ଲାପାଳ । ଆଠଗଡ, ବାଙ୍କୀ, ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନରସିଂହପୁର ଓ ଟାଙ୍ଗୀ ଚୌଦ୍ୱାର ବ୍ଲକରେ ହୋଇନି ସଠିକ ଢଙ୍ଗରେ ମନରେଗା କାମ । ଏହି ସମସ୍ତ ବ୍ଲକ ବିଡ଼ିଓଙ୍କୁ ଦରମା ବନ୍ଦ ନେଇ ନିର୍ଦ୍ଦେଶ ଦିଆଯାଇଛି । ମନରେଗା ଓ ରୁରାଲ ହାଉସିଂ ସ୍କିମର କାର୍ଯ୍ୟରେ ଅବହେଳା ପାଇଁ ସାଲେପୁର ବିଡ଼ିଓ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

    ସେହିପରି ସାଲେପୁର ବ୍ଲକର ଆସିଷ୍ଟାଣ୍ଡ ଇଂଜିନିୟର, ଜୁନିୟର ଇଂଜିନିୟର, ପିଇଓ ଏବଂ ଏଡିଇଓଙ୍କ ଦରମା ବନ୍ଦ କରିଛନ୍ତି ବିଡ଼ିଓ । ଲକ୍ଷ୍ୟ ପୂରଣ ନ କରିବା ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ଦରମା ବନ୍ଦ ରହିବ । ଜିଲ୍ଲାପାଳଙ୍କ ରିଭ୍ୟୁରେ କାର୍ଯ୍ୟର ଅବହେଳା ହୋଇଥିବା ଜଣାପଡିବା ପରେ ଏଭଳି କଡା ଆଭିମୁଖ୍ୟ ନେଇଛନ୍ତି ସାଲେପୁର ବିଡିଓ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    56 %
    1.4kmh
    0 %
    Fri
    15 °
    Sat
    25 °
    Sun
    25 °
    Mon
    26 °
    Tue
    26 °

    ସମ୍ବନ୍ଧିତ