Thursday, March 12, 2026
21.6 C
Odisha

    ୧୦ ଡକାୟତ ଗିରଫ: ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର ଓ ୫ ଲକ୍ଷ ୧୨ ହଜ଼ାର ଟଙ୍କା ଜବତ

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ଆନ୍ତରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ। ଗତ ୧୬ ତାରିଖ ବୁର୍ଲା ଥାନା ଅନ୍ତର୍ଗତ ବାବୁବନ୍ଧ ଠାରେ ହୋଇଥିବା ରାଇସ ମିଲ ଡକାୟତି ଘଟଣାରେ ପୁଲିସ ପର୍ଦ୍ଦାଫାଶ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲା । ତେବେ ଏହି ଡକାୟତମାନେ ପୂର୍ବରୁ ସମ୍ବଲପୁର ଜ଼ିଲ୍ଲାରେ ୧୪ଟି ଡକାୟତ କରି କରିଥିବା ଜଣାପଡ଼ିଛି। ପୁଲିସର ସ୍ୱତନ୍ତ୍ର ଟିମ ଏହି ଡକାୟତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।

    ପୁଲିସ ସମ୍ବଲପୁରର ବିଭିନ୍ନ ରାଇସମିଲରେ ହୋଇଥିବା ଡକାୟତି ଘଟଣାକୁ ଅନୁଧ୍ୟାନ କରି ସିସିଟିଭି ଯାଞ୍ଚ କରିଥିଲେ। ଏହାପରେ ଏହି ଡକାୟତମାନେ ଆଉ ଏକ ଡକାୟତି ଯୋଜନା କରୁଥିବା ବେଳେ ପୁଲିସ ମୁଣ୍ଡଘଟ ନିକଟରେ ସେମାନଙ୍କୁ ଧରିବାରେ ସଫଳ ହୋଇଛି। ଏହି ଡକାୟତି ଘଟଣାରେ ୧୦ ଜଣ ଡକାୟତ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୪୮୦ ଗ୍ରାମ ସୁନା, ୧୬୫ ଗ୍ରାମ ରୁପା ଅଳଙ୍କାର, ୫ ଲକ୍ଷ ୧୨ ହଜ଼ାର ଟଙ୍କା, ୧୧ଟି ମୋବାଇଲ ଓ ୫ଟି ବାଇକ୍ ଜବତ ହୋଇଛି। ୨ଟି ବୋଲେରୋ ଓ ଗୋଟିଏ ଟ୍ରାକ୍ଟର ମଧ୍ୟ ଜବତ କରିଛି ବୁର୍ଲା ପୁଲିସ। ଏହା ପୂର୍ବରୁ ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜ଼ିଲ୍ଲାରେ ମଧ୍ୟ ଏମାନେ ଅପରାଧ କରିଥିବା ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    27 %
    1.7kmh
    0 %
    Thu
    37 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ