Saturday, April 11, 2026
37.5 C
Odisha

    ନଷ୍ଟ ହୋଇଗଲା ୧୦ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ; ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ହୋଇଥିଲା ସଂଗ୍ରହ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଶ୍ବ ନିୟତା ଜଗତରନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଳୁମାନେ ଚାଉଳ ଅର୍ପଣ କରିଥିଲେ। ଭକ୍ତ ଅର୍ପଣ କରିଥିବା ଚାଉଳ ମହାପ୍ରସାଦ ପ୍ରସ୍ତୁତ ହେବ ବୋଲି ମନେ କରାଯାଉଥିଲା। ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ସଂଗୃହୀତ ହେଲା ସତ। କିନ୍ତୁ ଏହାକୁ କେମିତି ବ୍ୟବହାରଯୋଗ୍ୟ କରାଯିବ, ସେଥିପାଇଁ ବିସ୍ତୃତ ରୋଡମ୍ୟାପ କରାଯାଇ ନଥିଲା। ଏହି କାରଣରୁ ୬ ମାସ ମଧ୍ୟରେ ଅର୍ପଣ ଚାଉଳ ନଷ୍ଟ ହେବାକୁ ବସିଛି। ଅର୍ପଣ ଚାଉଳ ଭୋଗ ପ୍ରସ୍ତୁତ ହେଲା ଭଳି ସ୍ଥିତିରେ ନାହିଁ।

    ସୂଚନା ଅନୁସାରେ ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ୧୪ହଜାର କ୍ୱିଣ୍ଟାଲ ଚାଉଳ ସଂଗୃହୀତ ହୋଇଥିଲା। ସେଥିରୁ ୪ହଜାର କ୍ୱିଣ୍ଟାଲ ଚାଉଳ ବ୍ୟବହାର ହୋଇଥିଲା ବୋଲି କୁହାଯାଉଛି। କିନ୍ତୁ ବାକି ୧୦ହଜାର କ୍ୱିଣ୍ଟାଲ ଚାଉଳ ନଷ୍ଟ ହେବାକୁ ଯାଉଛି। ଶ୍ରଦ୍ଧାରେ ଭକ୍ତ ପଠାଇଥିବା ଏହି ଚାଉଳ ଆଉ ଭକ୍ତଙ୍କ ପାଇଁ ଭୋଗ ପ୍ରସ୍ତୁତିରେ ଲାଗିପାରିବ ନାହିଁ। ନଷ୍ଟ ଚାଉଳକୁ ଏନଜିଓ ସଂସ୍ଥାକୁ ଦେବା ପାଇଁ ମହାସୁଆରା ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

    ସୂଚନାଯୋଗ୍ୟ, ଗତ ଜାନୁଆରି ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭକ୍ତଙ୍କ ଉଦ୍ଦେଶ୍ୟରେ ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ ହେବା ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ହୋଇଥିଲା। ପରିକ୍ରମା ପ୍ରକଳ୍ପରେ ହୁଏତ ସମସ୍ତ ଭକ୍ତ ଯୋଗ ଦେଇପାରିବେ ନାହିଁ ମନେ କରି ତତ୍‌କାଳୀନ ରାଜ୍ୟ ସରକାର ଅର୍ପଣ ରଥ ମାଧ୍ୟମରେ ଅକ୍ଷତ ଅରୁଆ ଚାଉଳ ଓ ଗୁଆ ଜଗତର ନାଥ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପଠାଇ ପାରିବେ ବୋଲି ମନେ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ଜାନୁଆରି ୬ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ଅର୍ପଣ ରଥ ପରିକ୍ରମା କରିଥିଲା। ପ୍ରତି ବ୍ଲକରୁ ଶୁଭାରମ୍ଭ ହୋଇଥିବା ଏହି ଅର୍ପଣ ରଥ ପ୍ରତି ପଞ୍ଚାୟତରେ ଥିବା ଗାଁଗାଁ ବୁଲି ଲୋକଙ୍କ ଠାରୁ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ନିଜେ ସେବାୟତଙ୍କୁ ଗୁଆ ଓ ଅରୁଆ ଚାଉଳ ଦେଇଥିଲେ। ସାରା ରାଜ୍ୟବାସୀଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ଦାନ ପାଇଁ ଆହ୍ଵାନ ଦେଇଥିଲେ। ଏଣୁ ପ୍ରତି ବ୍ଲକରୁ ଅର୍ପଣ ରଥର ଶୁଭାରମ୍ଭ ହୋଇଥିଲା। ପୁରୀ ସଦର ବ୍ଲକରୁ ପ୍ରଥମେ ଅର୍ପଣ ରଥ ଶୁଭାରମ୍ଭ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ