Sunday, April 5, 2026
34.1 C
Odisha

    ଆର୍ଥିକ ସଙ୍କଟ ପଡ଼ିଥିବା ଏ ଦେଶର ଦ୍ବିତୀୟ ବୃହତ୍‌ ସହରରେ ଡଜନେ ଅଣ୍ଡାର ଦାମ୍‌ ୪୦୦ ଟଙ୍କା

    ଆଗକୁ ପଢନ୍ତୁ

    ଲାହୋର୍‌: ପାକିସ୍ତାନର ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋର୍‌ରେ ଏକ ଡଜନ୍‌ ବା ୧୨ଟି ଅଣ୍ଡାର ମୂଲ୍ୟ ୪୦୦ ଟଙ୍କାକୁ ବୃଦ୍ଧି ପାଇଥିବା କଥା ବଜାରସୂତ୍ରରୁ ତଥ୍ୟ ସଂଗ୍ରହ କରି ରବିବାର ଦିନ ‘ଏଆର୍‌ୱାଇ’ ନିଉଜ୍‌ ରିପୋର୍ଟ କରିଛି। ଅଧିକାଂଶ ସାମଗ୍ରୀର ଦାମ ମାତ୍ରାଧିକ ବୃଦ୍ଧି ପାଉଥିବା ବେଳେ ସେସବୁ ସାମଗ୍ରୀ ନିମନ୍ତେ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟ ଆଞ୍ଚଳିକ ପ୍ରଶାସନ ପ୍ରଣୟନ କରିବାରେ ବିଫଳ ହୋଇଛି।

    ରିପୋର୍ଟରେ ଉଲ୍ଲେଖ ଅଛି ଯେ, କିଲୋଗ୍ରାମ୍‌ ପ୍ରତି ସରକାର ୧୭୫ ଟଙ୍କା ଧାର୍ଯ୍ୟ କରିଥିଲେ ବି ପିଆଜ ୨୩୦ରୁ ୨୫୦ ଟଙ୍କାରେ ବିକ୍ରି ହେଉଛି। ଲାହୋର୍‌ରେ ୧୨ଟି ଅଣ୍ଡାର ଦର ୪୦୦ ଟଙ୍କା ଥିବା ବ‌େଳେ କୁକୁଡ଼ା ମାଂସ କିଲୋପିଛା ୬୧୫ ଟଙ୍କାରେ ବିକ୍ରୟ ହେଉଛି। ଆଞ୍ଚଳିକ ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି ଜିନିଷପତ୍ରର ଉଚିତ ମୂଲ୍ୟ ଧାର୍ଯ୍ୟ କରିବା ନିମନ୍ତେ ଗତମାସରେ ‘ଇକୋନୋମିକ୍‌ କୋଅର୍ଡିନେସନ୍‌ କମିଟି’ ‘ନ୍ୟାସ୍‌ନାଲ୍‌ ମନିଟରିଙ୍ଗ୍‌ କମିଟି’କୁ ନିର୍ଦେଶ ଦେଇଥି‌ଲା। ନଭେମ୍ବର ଶେଷସୁଦ୍ଧା ପାକିସ୍ତାନ ଉପରେ (୨୦୨୩-୨୪ ଆର୍ଥିକ ବର୍ଷରେ) ପାକିସ୍ତାନ ଉପରେ ୬୩,୩୯୯ ଟ୍ରିଲିୟନ୍‌ ଟଙ୍କାର ଋଣ ବୋଝ ରହିଥିବା କଥା ‘ଏଆର୍‌ୱାଇ ନିଉଜ୍‌’ ରିପୋର୍ଟ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    34.1 ° C
    34.1 °
    34.1 °
    29 %
    3.6kmh
    93 %
    Sun
    36 °
    Mon
    37 °
    Tue
    37 °
    Wed
    39 °
    Thu
    37 °

    ସମ୍ବନ୍ଧିତ